Categories: ଜାତୀୟ

ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କୁ ଭେଟିଲେ ଅଯୋଗ୍ୟ ଘୋଷିତ ବିଧାୟକ

ବେଙ୍ଗାଲୁରୁ,୩।୮: କର୍ନାଟକର ଅଯୋଗ୍ୟ ଘୋଷିତ ବିଧାୟକ ଡ. ସୁଧାକର ଶନିବାର ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କୁ ଭେଟିଛନ୍ତି। ତେବେ ସେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ପାରିଥିବାରୁ ଏବେ ସେ ୟେଦୁରପ୍ପାଙ୍କୁ ଶୁଭେଚ୍ଛା ଜଣାଇବାକୁ ଆସିଥିବା କହିଛନ୍ତି। ଏହାସହ ଏହି ସାକ୍ଷାତ୍‌କାରର ମୂଳ ଉଦ୍ଦେଶ୍ୟ ହେଉଛି ଚିକ୍କାବଲ୍ଲାପୁରରେ ଅଟକି ରହିଥିବା ବିକାଶ କାର୍ଯ୍ୟକ୍ରମକୁ ଆଗକୁ ନେବା। ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ତାଙ୍କର ଏହି କଥାକୁ ଗୁରୁତ୍ୱ ଦେବେ ବୋଲି ସେ ପ୍ରକାଶ କରିଛନ୍ତି।

Share