ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ବ୍ଲକ ସରପଞ୍ଚ ସଂଘର ସହାୟତା

ବେଲପଡା, ୨୨ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ବେଲପଡା ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୪୮ହଜାର ଟଙ୍କା ପ୍ରଦାନ କରାଯାଇଛି। ବୁଧବାର ବିଡିଓ ଭିକ୍ଟର ସୋରେଙ୍ଗଙ୍କୁ ବ୍ଲକ ସରପଞ୍ଚ ସଂଘ ସଭାପତି ମହାଦେବ ମହେର, ସମ୍ପାାଦକ ଅରୁଣ ପାଣିଗ୍ରାହୀଙ୍କ ନେତୃତ୍ୱରେ ବହୁ ସରପଞ୍ଚ ସେମାନଙ୍କ ୧ ମାସର ଦରମା ବାବଦକୁ ୪୮ହଜାର ଟଙ୍କା ପ୍ରଦାନ କରିଛନ୍ତି।