ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବଢ଼ୁଛି ସହାୟତାର ହାତ

ଭଦ୍ରକ ଅଫିସ, ୧୧।୪: ଭଦ୍ରକ ଜିଲାର ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତି ବିଶେଷ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢ଼ାଉଥିବା ଦେଖିବାକୁ ମିଳିଛି। ଓଡ଼ିଶା ରାଜସ୍ବ ସେବା ସଂଘ ଭଦ୍ରକ ଜିଲା ଶାଖା ପକ୍ଷରୁ କାର୍ଯ୍ୟରତ ତହସିଲଦାର ଓ ଅତିରିକ୍ତ ତହସିଲଦାରମାନେ ଏହି ପାଣ୍ଠିକୁ ୫୦ ହଜାର ଟଙ୍କା ସହାୟତା କରିଥିବା ଜଣାପଡ଼ିଛି। ସେହିଭଳି ବ୍ଲକ କଲୋନୀର ୧୦ ବର୍ଷର ଜଣେ ପାଠପାଢ଼ା ଛାତ୍ର ପ୍ରଶାନ୍ତ କୁମାର ଦାସ ୨ ହଜାର ୧ଟଙ୍କା ପ୍ରଦାନ କରିଥିବା ବେଳେ ଆଉ ଜଣେ ୫ ବର୍ଷର ଶିଶୁ କାବ୍ୟାଂଶ ଶର୍ମା ସାଇକେଲ କିଣିବା ପାଇଁ ରଖିଥିବା ଘଡିକୁ ଭାଙ୍ଗି ୨ ହଜାର ଟଙ୍କା ପ୍ରଦାନ କରିଛନ୍ତି।