Categories: ଜାତୀୟ

ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଜନ୍ମସ୍ଥାନ ବୁଲିଗଲେ ୟେଦୁରପ୍ପା

ବେଙ୍ଗାଲୁରୁ,୨୭।୭: ଚତୁର୍ଥ ଥର ଲାଗି କର୍ନାଟକ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି ଭାଜପା ନେତା ବିଏସ୍‌ ୟେଦୁରପ୍ପା। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଶନିବାର ସେ ତାଙ୍କ ଜନ୍ମସ୍ଥାନ ବୁଲିବାକୁ ଯାଇଛନ୍ତି। ମାଣ୍ଡ୍ୟାର ବୁକାନାକେରେ ପହଞ୍ଚିବା ପରେ ସେ କହିଛନ୍ତି, ମୋ ଜନ୍ମସ୍ଥାନ ବୁଲି ଆସିବା ମୋର କର୍ତ୍ତବ୍ୟ।

କାରଣ ଏହିଠାରେ ମୁଁ ଜନ୍ମ ହୋଇଛି ବଢିଛି। ତେଣୁ ଏଠାରେ ଥିବା ମୋର ଘର ଓ ମନ୍ଦିର ଦର୍ଶନ କରିବା ମୋର କର୍ତ୍ତବ୍ୟ। ସୂଚନାଯୋଗ୍ୟ, କର୍ନାଟକରେ ମେଣ୍ଟ ସରକାର ଭାଙ୍ଗିବା ପରେ ମାତ୍ର ତିନିଦିନ ମଧ୍ୟରେ ୟେଦୁରପ୍ପାଙ୍କୁ ମିଳିଛି କର୍ନାଟକ ମୁଖ୍ୟମନ୍ତ୍ରୀ ଦାୟିତ୍ୱ।

Share