Categories: ଜାତୀୟ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଧମକ ଦେଲେ ୟେଦୁରପ୍ପା

ବେଙ୍ଗାଲୁରୁ,୧୫।୧: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପା ଏବଂ ଲିଙ୍ଗାୟତ ସମୁଦାୟର ଧର୍ମ ପ୍ରଚାରକ ବଚ୍ଚନାନନ୍ଦ ସ୍ବାମୀଙ୍କ ମଧ୍ୟରେ ଏକ ମଞ୍ଚ ଉପରେ ଯୁକ୍ତିତର୍କ ହୋଇଛି। ଏଥିରେ ଉତ୍‌କ୍ଷିପ୍ତ ହୋଇ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଧମକ ଦେଇଛନ୍ତି। ଲିଙ୍ଗାୟତ ସମୁଦାୟଙ୍କୁ ନେଇ କର୍ନାଟକର ଡାଭାନଗେରେ ଆୟୋଜିତ ରାଲିରେ ଲିଙ୍ଗାୟତ ସମୁଦାୟର ପ୍ରଚାରକ ବଚ୍ଚନାନନ୍ଦ ସ୍ବାମୀ ୟେଦୁରପ୍ପାଙ୍କ ଆଗରେ କହିଥିଲେ, ମୁଖ୍ୟମନ୍ତ୍ରୀ ମୁରୁଗେଶ ନିରାନୀଙ୍କୁ ଅଣଦେଖା କରିବା ଠିକ ହେବନି। ଯଦି ସେ ଅଣଦେଖାର ଶିକାର ହୁଅନ୍ତି ତେବେ ଲିଙ୍ଗାୟତ ସମୁଦାୟଙ୍କ ସମର୍ଥନ ପ୍ରତ୍ୟାହାର ହୋଇପାରେ। ଆପଣ ମଧ୍ୟ ମୁଖ୍ୟମନ୍ତ୍ରୀ ପଦବୀ ହରାଇ ପାରନ୍ତି। ଏହା ଶୁଣି ୟେଦୁରପ୍ପା ନିଜ ଆସନରୁ ହଠାତ୍‌ ଉଠି ପଡ଼ି ଏଭଳି କଥା ଶୁଣିବା ପାଇଁ ସେ ଏଠାକୁ ଆସି ନାହାନ୍ତି ବୋଲି କହିଥିଲେ। ଏମିତିକି ତାଙ୍କ ଦାବି ଅନୁଯାୟୀ ସେ କାମ କରିପାରିବେ ନାହିଁ ବୋଲି କହି ସଭାରୁ ଉଠିଯାଇଥିଲେ। ବଚ୍ଚଦାନନ୍ଦ ସ୍ବାମୀ ୟେଦୁରପ୍ପାଙ୍କୁ କିନ୍ତୁ ସଭା ଛାଡ଼ି ନ ଯିବାକୁ ଅନୁରୋଧ କରିଥିଲେ। ଏହାପରେ ନିଜ ଆସନକୁ ୟେଦୁରପ୍ପା ଫେରିଥିଲେ। ସୂଚନାଯୋଗ୍ୟ, ମୁରୁଗେଶ ନିରାନୀ ଲିଙ୍ଗାୟତ ସମୁଦାୟର ବିଧାୟକ ଅଛନ୍ତି।

Share