Categories: ଜାତୀୟ

ମୁଖ୍ୟମନ୍ତ୍ରୀ ଦୌଡ଼ରେ ତୋମର, ଶିବରାଜ, ନରୋତ୍ତମ

ଭୋପାଳ,୨୧।୩: ମଧ୍ୟପ୍ରଦେଶରେ କମଲନାଥ ସରକାର ଭାଙ୍ଗିଯିବା ପରେ ଏବେ ସେଠାରେ ସରକାର ଗଠନକୁ ନେଇ ଲାଗି ରହିଛି ରାଜନୈତିକ ଆଲୋଚନା। ଭାରତୀୟ ଜନତା ପାର୍ଟି(ଭାଜପା)ସରକାର ଗଠନ କରିବାକୁ ନେଇ ପାଗ ଭିଡୁଥିବା ଆଲୋଚନା ହେଉଛି। ଅନୁମାନ କରାଯାଉଛି ଶନିବାର ଭାଜପା ଏହା ଉପରେ କୌଣସି ନିଷ୍ପତ୍ତି ନେଇପାରେ। ଭାଜପା ଯଦି ସରକାର ଗଠନ କରେ ତେବେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ମଧ୍ୟ ସବୁଠାରୁ ବଡ ଆଲୋଚନାର ବିଷୟ ପାଲଟିଛି। କୁହାଯାଉଛି ଏହି ଦୌଡ଼ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଓ ନରୋତ୍ତମ ମିଶ୍ର ସାମିଲ ଅଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ପଦପାଇଁ ଶିବରାଜ ସିଂ ଚୌହାନଙ୍କ ନାଁ ଆଗରେ ଥିବା ବେଳେ ଦଳ ଅନ୍ୟ ବିକଳ୍ପକୁ ନେଇ ମଧ୍ୟ ଚିନ୍ତା କରୁଥିବା କୁହାଯାଉଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଯାହା ପାଇଁ ଆଜି ମଧ୍ୟପ୍ରଦେଶ ସରକାର ଭାଙ୍ଗି ଯାଇଛି ଅର୍ଥାତ୍‌ ଜ୍ୟୋତିରାଦିତ୍ୟ ସିନ୍ଧିଆ କୁଆଡେ ଚାହୁଁଛନ୍ତି ଶିବରାଜ ସିଂ ଚୌହାନ ମୁଖ୍ୟମନ୍ତ୍ରୀ ପଦରେ ବସନ୍ତୁ। କାହାିଁକିନା ଜ୍ୟୋତିରାଦିତ୍ୟ ଚାହୁଁଛନ୍ତି ଗ୍ବାୟାଲିୟର ସମ୍ଭାଲରୁ କେହି ମୁଖ୍ୟମନ୍ତ୍ରୀ ନ ହୁଅନ୍ତୁ। ଆଉ ନରେନ୍ଦ୍ର ସିଂ ତୋମର ଓ ନରୋତ୍ତମ ମିଶ୍ର ସମ୍ଭାଲର ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଏମାନଙ୍କ ନାଁ ପଛରେ ଆସୁଛି ବୋଲି କୁହାଯାଉଛି।

Share