ମୁଖ୍ୟମନ୍ତ୍ରୀ ଦେଲେ ନିରଦେଶ: ଉପ୍‌କାର ପାଏଲେ ୪ ଅସାହା ଲୋକ୍‌

ଲାଠୋର, ୬ା୯ (ଡି.ଏନ୍‌.ଏ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲାପାଲକୁଁ ଟୁଇଟର ଜରିଆରେ ୪ ଝନ୍‌ ଅସାହା ଲୁକ୍‌କୁ ଯେତେ ଜଲଦି ହେବା ସାହାଯ୍‌ ଯୁଗେଇ ଦେବାକେ ନିରଦେଶ ଦେଇଥିବାର ଜନାଯାଇଛେ। ମୁଖ୍ୟମନ୍ତ୍ରୀକଁର ନିରଦେଶ ଅନ୍‌ସାରେ ବଲାଙ୍ଗୀର ଜିଲାପାଲ ଇ ୪ ଝନ୍‌ ଅସାହା ଲୁକ୍‌କୁ ସାହାଯ୍‌ ଯୁଗେଇ ଦେଇଥିବାର ଜନାଯାଇଛେ।
ସୂଚନା ଅନ୍‌ସାରେ ଗଲା ୧୮ା୮ା୨୦୧୯ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘କୁଲି ମଜୁରି କରି କୁଟୁମ୍‌ ପୁଷୁଛେ ପୁଓ’, ତା.୨୬ା୮ା୨୦୧୯ରେ ‘ପଲିଥିନ୍‌ ତଲେ ମୁଡ଼ ଗୁଁଜିଛନ୍‌ ୭ ପରାନୀ କୁଟୁମ୍‌’, ତା.୨୭ା୮ା୨୦୧୯ରେ ‘ବିପଦ୍‌ ମୁଢ଼େଇ ଦଦ୍‌ରା ଘରେ ରହୁଛନ୍‌ ଅସାହା ଦମ୍ପତି’, ତା.୩୦ା୮ା୨୦୧୯ରେ ‘ଚିକିଛା ସାହାଯ୍‌ ଲାଗି ମା’ବାପ୍‌ର ଆକୁଲ ନିବେଦନ’ ଶୀରଷକ୍‌ରେ ଖବର ବାହାରିଥିଲା। ଇ ଖବରମାନ ବାହାରଲା ଉତାରୁ ବରଗଡ଼ ଜିଲା ପାଇକମାଲ ବ୍ଲକ ଅଧୀନ ଟେମରି ଗଁାର ସାମାଜିକ କରମୀ ଦୀପା ବାରିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବଲାଙ୍ଗୀର ଜିଲାପାଲକୁଁ ଟୁଇଟ୍‌ କରି ସାହାଯ୍‌ ଯୁଗେଇ ଦେବାକେ ଅନୁରୋଧ କରିଥିଲେ। ତାକର ଅନୁରୋଧକେ ମୁଖ୍ୟମନ୍ତ୍ରୀ ଗୁରୁତ୍‌ ଦେଇଥିଲେ। ଭିନେ ଭିନେ ସମସିଆରେ ପୀଡ଼ିତଥିବାର ୪ ଝନ୍‌କୁ ଯେତେ ଜଲଦି ହେବା ସାହାଯ୍‌ ଯୁଗେଇ ଦେବାକେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲାପାଲକୁଁ ନିରଦେଶ ଦେଇଥିଲେ। ବଲାଙ୍ଗୀର ଜିଲାପାଲକଁର ନିରଦେଶ ଅନ୍‌ସାରେ ତୁରେକେଲା ବିଡିଓ ପ୍ରଭାତ କୁମାର ସାହୁ ହଲନଭଟା ପଁଚେତ୍‌ ଅଧୀନ ଖଲି ଗଁାର ଅସାହା ସୁବନ ତାଣ୍ଡିକୁଁ ବିଜୁ ପକ୍କାଘର ଯୁଗେଇ ଦେବାକେ ମଂଜୁର କରିଛନ୍‌। ସେନ୍‌ତା ଖପ୍ରାଖୋଲ ବିଡିଓ ତରଣୀ ସୁନା ଲାଠୋର ପଁଚେତ୍‌ ସଦର ଗଁାର ଗୁଦାମପଡ଼ାର ଭଗବାନ ଛତ୍ରିଆକୁଁ ବିଜୁ ପକ୍କାଘର ଯୁଗେଇ ଦେବାକେ ମଂଜୁର କରିଛନ୍‌। ରୋଗ୍‌ରେ ପୀଡ଼ିତ ମେହେରପଡ଼ାର ପୁଷ୍ପାଞ୍ଜଳି ମେହେର ଆର ପିପଲବାହାଲ ଗଁାର ଜୟ ମେହେରକୁଁ ପଁଚେତ୍‌ ପଁାଠିରୁ ୫ ହଜାର ଟଁକା ଲେଖେଁ ସାହାଯ୍‌ ଯୁଗେଇ ଦେଇଛନ୍‌। ସେନ୍‌ତା ସରକାରୀ ନିୟମ ହିସାବେ ଦୁଇ ରୁଗୀକୁଁ ଉଚ ଚିକିଛା ଲାଗି ବଡ଼ ଡାକ୍‌ତରଖାନା ପଠାଯିବା ବଲି ସେ କଥା ଦେଇଥିବାର ଜନାଯାଇଛେ। ଇ ମହତ୍‌ କାଯ୍‌ ଲାଗି ୪ ପୀଡ଼ିତ ପରିବାରର ଲୋକ୍‌, ଅଂଚଲବାସୀ ମୁଖ୍ୟମନ୍ତ୍ରୀ, ବଲାଙ୍ଗୀର ଜିଲାପାଲ, ସାମାଜିକ କରମୀ ଦୀପା ବାରିକ ଆର ଧରିତ୍ରୀ ଖବର କାଗଜକେ ଧଏନ୍‌ବାଦ ଜନେଇଛନ୍‌।