Categories: ଜାତୀୟ

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ାନଭୀସ୍‌ଙ୍କୁ ସୁପ୍ରିମ୍‌କୋର୍ଟରେ ଝଟ୍‌କା: ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଇଥିବାରୁ ଏବେ ଚାଲିବ ବିଚାର

ମୁମ୍ବାଇ,୧।୧୦: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ାନଭୀସ୍‌ଙ୍କୁ ସୁପ୍ରିମ୍‌କୋର୍ଟରେ ମଙ୍ଗଳବାର ବଡ଼ ଝଟ୍‌କା ମିଳିଛି। ସେ ନିଜ ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଇଥିବାରୁ ଜନପ୍ରତିନିଧି ଅଧିନିୟମ ଅନ୍ତର୍ଗତ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସେ କିଛି ଆପରାଧିକ ମାମଲା ସମ୍ପର୍କରେ ସତ୍ୟ ପାଠରେ ଉଲ୍ଲେଖ କରି ନ ଥିବା ଅଭିଯୋଗ ଅଣାଯାଇଥିଲା। ତେବେ ନିମ୍ନ ଅଦାଲତ ତଥା ହାଇକୋର୍ଟରେ ତାଙ୍କୁ ଏହି ମାମଲାରେ କ୍ଲିନ୍‌ ଚିଟ୍‌ ମିଳିଥିଲା। ମାତ୍ର ସୁପ୍ରିମ୍‌କୋର୍ଟ ଏହାର ବିଚାର କରି ଦେବେନ୍ଦ୍ରଙ୍କ ମାମଲାର ବିଚାର ଜାରି ରହିବ ବୋଲି ରାୟ ଦେଇଛନ୍ତି।

Share