ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ହେଲେ ଡି.ଏସ୍‌ କୁଟ୍ଟେ

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ): ବରିଷ୍ଠ ଆଇପିଏସ୍‌ ଅଫିସର ଧୀରେନ୍ଦ୍ର ସାମ୍ଭାଜି କୁଟ୍ଟେଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ବୁଧବାର ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ୧୯୯୭ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଧିକାରୀ ୨୦୧୭ ଏପ୍ରିଲରୁ ମୁଖ୍ୟମନ୍ତ୍ରୀଙ୍କ ଅଫିସର ଅନ୍‌ ସ୍ପେସିଆଲ ଡ୍ୟୁଟି(ଓଏସ୍‌ଡି) ଭାବେ କାର୍ଯ୍ୟ କରିଆସୁଥିଲେ।