ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ନିଶ୍ଚିନ୍ତକୋଇଲି,୯।୫(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ତରତ ଶାସନ ପଞ୍ଚାୟତର ୮୩ ମହିଳା ସୟଂସହାୟକ ଗୋଷ୍ଠୀ, ଅଙ୍ଗନୱାଡି କର୍ମୀ ଓ ଆଶାକର୍ମୀ ମିଶି ୬୦,୦୦୬ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି। ସ୍ଥାନୀୟ ତହସିଲଦାରଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଗଲାବେଳେ ଅଶୋକ ଓଝା, ଗିରିଶ ରଞ୍ଜନ ମହାପାତ୍ର ଓ ଜିତେନ୍ଦ୍ର କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।