ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିଉଟନ୍‌ କଲେଜ ଦେଲା ୨ଲକ୍ଷ ଟଙ୍କା

ସମ୍ବଲପୁର, ୬।୪ (ବ୍ୟୁରୋ)- କରୋନା ଭୂତାଣୁ ମୁକାବିଲା କରିବାକୁ ରାଜ୍ୟ ଓ ଦେଶରେ ତତ୍ପରତା ପ୍ରକାଶ ପାଇଛି । ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ରାଜ୍ୟ ସରକାରଙ୍କୁ କରୋନା ମୁକାବିଲା ପାଇଁ ଅର୍ଥ ପ୍ରଦାନ କରୁଛନ୍ତି । ଏହିକ୍ରମରେ ସମ୍ବଲପୁର ଦେବେଇପାଲିସ୍ଥିତ ନିଉଟନ୍‌ ଯୁକ୍ତ ୨ ବିଜ୍ଞାନ କଲେଜ ୨ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଛି। ଏନେଇ କଲେଜ ଅଧ୍ୟକ୍ଷ ଡ. ତେଜେରାଜ ପାତ୍ର ସୂଚୀତ କରିଛନ୍ତି । ସେହିପରି ମହାନଗର ନିଗମ ସହିତ ଯୋଗାଯୋଗ କରି ପରାମର୍ଶକ୍ରମେ ପ୍ରାୟ ୩ଶହ ଜଣଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି । ସେଣ୍ଟଯୋସେଫ ସ୍କୁଲ, ସାକ୍ଷୀପଡା, ଡିୟର୍‌ ପାର୍କ, ଷ୍ଟାଡିୟମ ପଛପଟ, ଧନକଉଡା ବ୍ଲକ ଅଞ୍ଚଳର ପିଡିଏସ ସାମଗ୍ରୀ ପାଇ ନ ଥିବା ପରିବାରଙ୍କୁ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି ।