ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତାର ସୁଅ

ଭୁବନେଶ୍ୱର,୨୫।୩(ବ୍ୟୁରୋ): ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଜନପ୍ରତିନିଧିମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି(ସିଏମ୍‌ଆରଏଫ୍‌)କୁ ସହାୟତା କରିବା ଲାଗି ଅନୁରୋଧ କରିଥିଲେ। ସ୍ବୟଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜ ୩ ମାସର ଦରମା କରୋନା ମୁକାବିଲା ପାଇଁ ଦାନ କରିଥିଲେ। ଏହା ପରେ ସିଏମ୍‌ଆର୍‌ଏଫ୍‌କୁ ବିଭିନ୍ନ ବ୍ୟକ୍ତିବିଶେଷ, ଜନ ପ୍ରତିନିଧି ଏବଂ ମନ୍ତ୍ରୀ ୩ ମାସର ଦରମା(୨ ଲକ୍ଷ ୯୪ ହଜାର ଟଙ୍କା) ପ୍ରଦାନ କରିଛନ୍ତି। ଏହି ଧାରା ଏବେ ବି ବଳବତ୍ତର ରହିଛି।
କ୍ୟାବିନେଟ୍‌ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଟୁକୁନି ସାହୁ, ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ରଘୁନନ୍ଦନ ଦାସ, ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ସୁଶାନ୍ତ ରାଉତ, କୁସୁମ ଟେଟେ, ଶଶିଭୂଷଣ ବେହେରା, ଧ୍ରୁବ ସାହୁ, ଅମର ଶତପଥୀ, ସୁଧୀର ସାମଲ, ପ୍ରଶାନ୍ତ ମୁଦୁଲି, ପ୍ରଶାନ୍ତ ଜଗଦ୍ଦେବ, ସଞ୍ଜୀବ ମଲ୍ଲିକ, ଦେବୀ ପ୍ରସାଦ ମିଶ୍ର, ଭାଗିରଥି ସେଠୀ, ଅତନୁ ସବ୍ୟସାଚୀ ନାୟକ, ସାବିତ୍ରୀ ଅଗ୍ରୱାଲ, ବିଧାୟିକା ପ୍ରମିଳା ମଲ୍ଲିକ ଓ ଲତିକା ପ୍ରଧାନ ପ୍ରମୁଖ ନିଜ ଦରମା ଟଙ୍କା ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ପ୍ରାୟ ସମସ୍ତ ରାଜନେତା ମୁଖ୍ୟମନ୍ତ୍ରୀଙ୍କ ପରି ନିଜର ୩ ମାସର ଦରମା ପ୍ରଦାନ କରିଥିବା ଜଣାପଡ଼ିଛି। ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏବଂ ଦେବୀ ପ୍ରସାଦ ତ୍ରିପାଠୀ ମାସକର ଦରମା ଦାନ କରିଛନ୍ତି। ମନ୍ତ୍ରୀ ପ୍ରତାପ ଜେନା ବିଧାୟକ ପାଣ୍ଠିରୁ କରୋନା ମୁକାବିଲା ପାଇଁ ଅର୍ଥ ପ୍ରଦାନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଖଦି ବୋର୍ଡ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରିଛନ୍ତି। ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ(ଓଏସ୍‌ଆଇସି) ଚଳିତ ବର୍ଷ ନିଜର ପ୍ରତିଷ୍ଠା ଦିବସ ପାଳନ କରିବ ନାହିଁ। ଓଏସ୍‌ଆଇସି ଅଧ୍ୟକ୍ଷ ଚିନ୍ମୟ ସାହୁ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ନିଗମ ପକ୍ଷରୁ କରୋନା ମୁକାବିଲା ପାଇଁ ୩ ଲକ୍ଷ ଟଙ୍କାର ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛିି। ଶିଳ୍ପପତି ତାରା ପଟ୍ଟନାୟକ ମଧ୍ୟ କୋଟିଏ ଟଙ୍କାର ସହାୟତା ଦେଇଛନ୍ତି। ଏଥି ସହିତ ତାରା ଅନ୍ୟ ଶିଳ୍ପ ସଂସ୍ଥାକୁ ସହାୟତା ପାଇଁ ଅନୁରୋଧ କରିଛନ୍ତି। ନବରଙ୍ଗପୁର ଜିଲା ପରିଷଦ ଉପାଧ୍ୟକ୍ଷା ନିବେଦିତା ମହାନ୍ତି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ଏକାଧିକ ପୂର୍ବତନ କର୍ପୋରେଟର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି। ଅନୁରୂପଭାବେ ନିଖିଳ ଉତ୍କଳ ଅନୁଦାନପ୍ରାପ୍ତ(୪୮୮ ବର୍ଗ) ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ମଧ୍ୟ କରୋନା ମୁକାବିଲା ପାଇଁ ସହାୟତା ରାଶି ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri