Categories: ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ, ସୂଚାରୁରୂପେ ଦାୟିତ୍ୱ ତୁଲାଇବେ ବୋଲି କହିଲେ ଏହି ଦୁଇ ପ୍ରାର୍ଥୀ

ଭୁବନେଶ୍ୱର,୭ା୩(ବ୍ୟୁରୋ): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେଡି ଖାଲି ପଡ଼ିଥିବା ୪ ଆସନ ଲାଗି ଶନିବାର ପ୍ରାର୍ଥୀ ଘୋଷଣା କରିଛି। ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତଙ୍କୁ ଦଳ ପ୍ରାର୍ଥୀ ଭାବେ ଚୟନ କରିଛି। ଏହାକୁ ନେଇ ପ୍ରତିକ୍ରିୟା ରଖି ସୁବାସ ସିଂ କହିଛନ୍ତି, ମୋତେ ଯେତେବେଳେ ଯେଉଁ ଦାୟିତ୍ୱ ମିଳିଛି ତାହା ତୁଲାଇଛି। ଏହି ଦାୟିତ୍ୱ ମଧ୍ୟ ଭଲଭାବେ ତୁଲାଇବି। ମୋତେ ପ୍ରାର୍ଥୀ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ ବୋଲି ସେ କହିଛନ୍ତି। ସେହିଭଳି ଅନ୍ୟତମ ପ୍ରାର୍ଥୀ ମମତା ମହାନ୍ତ କହିଛନ୍ତି, ମୋତେ ପ୍ରାର୍ଥୀ କରାଯାଇଥିବାରୁ ଧନ୍ୟବାଦ। ମୁଖ୍ୟମନ୍ତ୍ରୀ ସର୍ବଦା ମହିଳାଙ୍କୁ ଅଗ୍ରାଧିକାର ଦିଅନ୍ତି। ଏବେ ମିଳିଥିବା ଗୁରୁ ଦାୟିତ୍ୱକୁ ସୂଚାରୁରୂପେ ତୁଲାଇବି। ତେବେ ଚଳିତ ଥର ବିଜେଡି ୪ ନୂଆ ପ୍ରାର୍ଥୀଙ୍କୁ ନିର୍ବାଚନକୁ ମଇଦାନକୁ ଓହ୍ଲାଇଛି। ସଂଖ୍ୟାଗରିଷ୍ଠତା ଦୃଷ୍ଟିରୁ ବିଜେଡି ୩ଟି ଆସନରେ ଜିତିବା ସୁନିଶ୍ଚିତ ବୋଲି କୁହାଯାଉଛି।