ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଫନୀ ମୁକାବିଲା ଡକ୍ୟୁମେଣ୍ଟାରୀ ଉନ୍ମୋଚିତ

ଭୁବନେଶ୍ୱର, ୯।୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବାତ୍ୟା ‘ଫନୀ’ ମୁକାବିଲା ଡକ୍ୟୁମଣ୍ଟାରୀ ଉନ୍ମୋଚିତ ହୋଇଯାଇଛି। ମଙ୍ଗଳବାର ସଚିବାଳୟରେ ଅନୁଷ୍ଠିତ ଉତ୍ସବରେ ପୋଲିସ ବିଭାଗ ଦ୍ୱାରା ପ୍ରସ୍ତୁତ ପ୍ରାମାଣିକ ଚିତ୍ର ‘ଭୟଙ୍କର ବାତ୍ୟା ଫନୀ ୨୦୧୯- ମୁକାବିଲାରେ ଓଡ଼ିଶା ପୋଲିସର ଭୂମିକା’ ଉନ୍ମୋଚିତ ହୋଇଛି। ଏହି ପୁସ୍ତକରେ ବାତ୍ୟା ଏବଂ ତାର ପରବର୍ତ୍ତୀ ସମୟରେ ରାଜ୍ୟ ପୋଲିସର ସହାୟତା କାର୍ଯ୍ୟ ସମ୍ପର୍କରେ ଉପସ୍ଥାପନା କରାଯାଇଛି।
ବାତ୍ୟା ସମୟରେ ରାଜ୍ୟ ପୋଲିସର କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହିତ ଏହି ପୁସ୍ତକ ଭବିଷ୍ୟତରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପୋଲିସକୁ ମାର୍ଗଦର୍ଶନ ଦେବାକୁ ସହାୟକ ହେବ ବୋଲି ସେ କହିଛନ୍ତି।