ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୪ ପୂର୍ବତନ ଆଇଏଏସ୍‌, ଆଇଏଫଏସ୍‌ ଅଧିକାର

ଭୁବନେଶ୍ୱର, ୧୧ା୨(ବ୍ୟୁରେ): ରାଜ୍ୟରେ ଦିନକୁ ଦିନ ସୂଚନା ଅଧିକାର କର୍ମୀଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି। କେନ୍ଦ୍ରାପଡ଼ାରେ ରଞ୍ଜନ ଦାସ ଓ କନ୍ଧମାଳ ଜିଲାରେ ଅଭିମନ୍ୟୁ ପଣ୍ଡା ଆରଟିଆଇ ତଥ୍ୟ ମାଧ୍ୟମରେ ସତ୍ୟ ସାମ୍ନାକୁ ଆଣିବା ପରେ ସେମାନଙ୍କୁ ଆକ୍ରୋଶମୂଳକ ଭାବେ ହତ୍ୟା କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠନ ନେବା ସହ ରାଜ୍ୟରେ ସୂଚନା ଓ ମାନବ ଅଧିକାର କର୍ମୀମାନଙ୍କ ସୁରକ୍ଷା ନିମନ୍ତେ ନୂତନ ଆଇନ ପ୍ରଣୟନ କରିବା ଅତ୍ୟାବଶ୍ୟକ ହୋଇପଡିଛି। ଦାୟିତ୍ୱବାନ ନାଗରିକ ହିସାବରେ ଅବସରପ୍ରାପ୍ତ ଆଇଏଏସ୍‌, ଆଇଏଫ୍‌ଏସ୍‌ ଅଫିସରଙ୍କ ସମେତ ୧୪ ଜଣ ବରିଷ୍ଠ ଅଧିକାରୀ ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ସ୍ମାରକପତ୍ର ପ୍ରଦାନକରିଛନ୍ତି।
ଅବସରପ୍ରାପ୍ତ ଅଧିକାରୀଙ୍କ ଅଭିଯୋଗ ମୁତାବକ, ଭାରତୀୟ ସମ୍ବିଧାନ ଧାରା ୧୯ରୁ ଆରଟିଆଇର ଉପତ୍ତ୍ତି ହୋଇଛି। ସମ୍ବିଧାନର ଧାରା ୨୧ (ବଞ୍ଚତ୍ବାର ଅଧିକାର) ଓ ଧାରା ୧୪(ସମାନତା ଅଧିକାର)କୁ ସୁରକ୍ଷା ଦେବାରେ ଆରଟିଆଇ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି, ଯାହାକି ସମାଜରେ ଜନସାଧାରଣଙ୍କୁ ସମାନ ଅଧିକାରରେ ବଞ୍ଚତ୍ବାକୁ ସକ୍ଷମ କରୁଛି। ଆରଟିଆଇ ଦ୍ୱାରା ବିଭିନ୍ନ ପଦପଦବୀର ଅପବ୍ୟବହାର ଏବଂ ଦୁର୍ନୀତି ଉପରେ ରୋକ ଲଗାଯିବା ସମ୍ଭବପର ହୋଇପାରିଛି। ମାତ୍ର ଗତ ଜାନୁୟାରୀ ୩୧ରେ ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କୁ ହତ୍ୟା ଘଟଣା ସମସ୍ତଙ୍କୁ ଚକିତ କରିଛି। ରଞ୍ଜନ ବାଲିମାଫିଆଙ୍କଠାରୁ ଆରମ୍ଭ କରି ଭିତରକନିକା ଉନ୍ନତୀକରଣ ବେଳେ ସରକାରୀ ବାବୁ ଏବଂ ଠିକାଦାରମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ନେଇ ଅର୍ଥ ବାଟମାରଣା ସମ୍ପର୍କରେ ଅନେକ ତଥ୍ୟ ଆରଟିଆଇ ଦ୍ୱାରା ଲୋକଲୋଚନକୁ ଆଣିଥିଲେ। ତେଣୁ ତାଙ୍କୁ ଆକ୍ରୋଶମୂଳକ ଭାବେ ହତ୍ୟା କରାଗଲା। ସେହିପରି କନ୍ଧମାଳ ଜିଲାର ଅଭିମନ୍ୟୁ ପଣ୍ଡାଙ୍କୁ ଗତ ଡିସେମ୍ବରରେ ହତ୍ୟା କରାଯିବା ପରେ ମାନବାଧିକାର କର୍ମୀଙ୍କ ସୁରକ୍ଷା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟାୟ ବିରୋଧରେ ସ୍ବର ଉଠାଉଥିବା ବ୍ୟକ୍ତିଙ୍କୁ ହତ୍ୟା କରାଯିବା ସମାଜ ପାଇଁ ଅନ୍ୟନ୍ତ ନିନ୍ଦନୀୟ ଘଟଣା । ତେଣୁ ରାଜ୍ୟ ସରକାର ଏ ଦିଗରେ ଅବହେଳା ପ୍ରଦର୍ଶନ ନ କରି ହ୍ୟୁସିଇଲବ୍ଲୋୟର ପ୍ରୋଟେକ୍ସନ୍ସ ଆକ୍ଟ ରାଜ୍ୟରେ ଅନୁମୋଦନ କରି ତୁରନ୍ତ ଲାଗୁ କରନ୍ତୁ। ଏହାସହ ନିହତ ମାନବାଧିକାର କର୍ମୀଙ୍କ ପରିବାରକୁ ସୁରକ୍ଷା ଓ ସହାୟତା, କାର୍ଯ୍ୟରତ ମାନବାଧିକାର କର୍ମୀଙ୍କୁ ସୁରକ୍ଷା ସହ ସୂଚନା ପ୍ରାପ୍ତ ନେଇ ବିଭିନ୍ନ ବିଭାଗର ସହଯୋଗ ଯୋଗାଇଦେବାକୁ ନିବେଦନ କରାଯାଇଛି। ଏଥିସହ ଏନ୍‌ଜିଏନ୍‌ଆର୍‌ଇଜିଏସ୍‌ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଜାରି କରିଥିବା ତଦନ୍ତ ପଦ୍ଧତିକୁ ସବୁ ବିଭାଗରେ ଲାଗୁ କରିବାକୁ ନେପାଳ ପୂର୍ବତନ ରାଷ୍ଟ୍ରଦୂତ ଦେବ ମୁଖାର୍ଜୀ, ରାଜ୍ୟ ସରକାରଙ୍କ ପୂର୍ବତନ ସଚିବ ଅରବିନ୍ଦ ବେହେରା, ପର୍ତ୍ତୃଗାଲ ପୂର୍ବତନ ରାଷ୍ଟ୍ରଦୂତ ମଧୁ ଭାଦୁରୀ, ମହାରାଷ୍ଟ୍ର ସରକାରଙ୍କ ପୂର୍ବତନ ସଚିବ ସୁନ୍ଦର ବୁରା, ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ତଥା ମାନବାଧିକାର କର୍ମୀ ହର୍ଷ ମନ୍ଦେର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଚିଠି ଲେଖି ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri