Categories: ଜାତୀୟ

ମୁକୁଳିଲେ ଜେସିକା ଲାଲ ହତ୍ୟାକାଣ୍ଡର ଦୋଷୀ ମନୁ ଶର୍ମା

ନୂଆଦିଲ୍ଲୀ,୨।୬: ବହୁ ଚର୍ଚ୍ଚିତ ଜେସିକା ଲାଲ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ମନୁ ଶର୍ମା ସୋମବାର ମୁକୁଳିଛନ୍ତି। ସେଣ୍ଟେନ୍ସ ରିଭ୍ୟୁ ବୋର୍ଡର ସୁପାରିସ କ୍ରମେ ଦିଲ୍ଲୀର ଉପରାଜ୍ୟପାଳ ଅନୁମତି ଦେବା ପରେ ସେ ମୁକୁଳିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ୧୯୯୯ ମସିହାରେ ମନୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସୂଚନାଯୋଗ୍ୟ, ୨୯ ଏପ୍ରିଲ, ୧୯୯୯ ରାତିରେ ମଡେଲ ଜେସିକା ଲାଲଙ୍କୁ ଏକ ରେସ୍ତୋରାଁରେ ଗୁଳିକରି ହତ୍ୟା କରାଯାଇଥିଲା। ଆଉ ତାଙ୍କୁ ଗୁଳି କରିଥିଲେ ମନୁ ଶର୍ମା। କାରଣ ଥିଲା ସେ ମଦ ପରସିବାକୁ ମନା କରିଦେଇଥିଲେ। ତିହାର ଜେଲରେ ପାଖାପାଖି ୧୭ ବର୍ଷ ରହିବା ପରେ ଏବେ ମନୁ ଶର୍ମା ମୁକୁଳିଛନ୍ତି।

Share