ମୁଁ ଜନ୍ମରୁ ମୁସଲମାନ, ଆଗକୁ ବି ରହିବି: ନୁଶରତ୍‌ ଜହାଁ

କୋଲକତା, ୪।୭: ପଶ୍ଚିମବଙ୍ଗର ବସିରହାଟରୁ ନବନିର୍ବାଚିତ ତୃଣମୂଳ ସାଂସଦ ନୁଶରତ୍‌ ଜହାଁ ନିକଟରେ କୋଲକାତାର ଜଣେ ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିଥିଲେ। ବିହାହ ପରେ ମଥାରେ ସିନ୍ଦୁର ଏବଂ ଗଳାରେ ମଙ୍ଗଳ ସୁତ୍ର ପିନ୍ଧି ସେ ସଂସଦକୁ ଶପଥ ନେବାକୁ ଆସିଥିଲେ। ଏହାକୁ ନେଇ କିଛି ମୁସଲମାନ ସଂଗଠନ ଆପତ୍ତି ଉଠାଇଥିଲେ। ନୁଶରତ୍‌ ଇସଲାମ ଧର୍ମ ବାହାରେ ବିବାହ କରିବା, ସିନ୍ଦୁର ଏବଂ ମଙ୍ଗଳସୁତ୍ର ପିନ୍ଧିବାକୁ ନେଇ ଦାରୁଲ ଉଲୁମ ଦେଓବନ୍ଦ ପକ୍ଷରୁ ତାଙ୍କ ବିରୁଦ୍ଧରେ ଫତଓ୍ବା ଜାରି କରାଯାଇଥିଲେ। ଏନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି ନୁଶରତ୍‌। ସେ କହିଛନ୍ତି, ମୁଁ ଜନ୍ମରୁ ମୁସଲମାନ, ଆଗକୁ ବି ରହିବି ବୋଲି ସେ କହିଛନ୍ତି। ଗୁରୁବାର କୋଲକତା ଇସ୍କନ ମନ୍ଦିର ପକ୍ଷରୁ ଆୟୋଜିତ ରଥଯାତ୍ରାରେ ନିଜ ସ୍ବାମୀଙ୍କ ସହ ଯୋଗଦେଇ ନୁସରତ୍‌ କହିଛନ୍ତି, ମୁଁ ଭାରତର ପ୍ରତିନିଧିତ୍ୱ କରୁଛି। ଯେଉଁଠି ସବୁ ଧର୍ମର ଲୋକ ବାସ କରନ୍ତି। ତେଣୁ ମୁଁ ସବୁ ଧର୍ମକୁ ସମ୍ମାନ କରେ ବୋଲି ସେ କହିଛନ୍ତି।

Share