ମୁଁ କୌଣସି ପୁରସ୍କାର କିଣିବାକୁ ଚାହିଁନି: ଗୋବିନ୍ଦା

ବଲିଉଡ୍‌ ହିରୋ ଗୋବିନ୍ଦାଙ୍କୁ ଶେଷଥର ପାଇଁ ଫିଲ୍ମ ‘ରଙ୍ଗିଲା ରାଜା’ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ବକ୍ସ ଅଫିସରେ ସେତେଟା କମାଲ ଦେଖାଇ ପାରି ନ ଥିଲା। ମାତ୍ର ୯୦ ଦଶକରେ ସେ ଅନେକ ସଫଳ ଫିଲ୍ମରେ କାମ କରିସାରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ କୌଣସି ପୁରସ୍କାରରେ ସମ୍ମାନିତ କରାଯାଇ ନାହିଁ। ଏହାର କାରଣ ମଧ୍ୟ ସେ ନିକଟରେ ପ୍ରକାଶ କରିଛନ୍ତି। ଟିିଭି ଶୋ’ ‘ଆପ୍‌ କି ଅଦାଲତ’ର ଏକ ପ୍ରଶ୍ନ ତାଙ୍କୁ ପଚରାଯାଇଥିଲା, ଆପଣ ଅନେକ ସଫଳ ଫିଲ୍ମରେ କାମ କରିସାରିଛନ୍ତି, ହେଲେ ଆଜି ପର୍ଯ୍ୟନ୍ତ କୌଣସି ପୁରସ୍କାରରେ ସମ୍ମାନିତ ହୋଇ ନାହାନ୍ତି। ଏହାର ଉତ୍ତରରେ ଗୋବିନ୍ଦ କହିଥିଲେ, ‘ମୁଁ କୌଣସି ପୁରସ୍କାର କିଣିବାକୁ ଚାହିଁନି’। ତାଙ୍କର ଏପରି ଉତ୍ତରରେ ଆଓ୍ବାର୍ଡ ଶୋ’ର ସତ କଥା ସମ୍ମୁଖକୁ ଆସିଯାଇଛି।
ପୂର୍ବରୁ ମଧ୍ୟ ଖିଲାଡି ହିରୋ ଅକ୍ଷୟ କୁମାର ଏହାର ଖୁଲାସା କରିସାରିଛନ୍ତି। ବହୁ ବାର ତାଙ୍କୁ ଫିଲ୍ମରେ ଫିସ୍‌ କମ୍‌ କଲେ ଆଓ୍ବାର୍ଡ ମିଳିବ ବୋଲି କୁହାଯାଇଛି। ମାତ୍ର ଅକ୍ଷୟ ପୁରସ୍କାର ପରିବର୍ତ୍ତେ ସବୁବେଳେ ତାଙ୍କ ପରିଶ୍ରମର ମୂଲ୍ୟ ଚାହୁଁଥିବା କହିଥିଲେ।

Share