ମୁଁ ଅଭିନେତ୍ରୀ

ଶାରଳା ପ୍ରଡକ୍ସନ ପ୍ରଯୋଜିତ ଏବଂ ଏସ୍‌ ବିଏସ୍‌ ଏଣ୍ଟରଟେନମେଣ୍ଟ ନିବେଦିତ ନୂଆ ଓଡ଼ିଆ ସିନେମା ‘ମୁଁ ଅଭିନେତ୍ରୀ’ର ଶୁଟିଂ ଆରମ୍ଭ ହୋଇଯାଇଛି। ପ୍ରକାଶ ଚନ୍ଦ୍ର ନାୟକଙ୍କ କାହାଣୀକୁ ଆଧାରକରି ଚିତ୍ରନାଟ୍ୟ, ସଂଳାପ ରଚନା କରିବା ସହ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଉଛନ୍ତି ମିଷ୍ଟର ରାଜୁ ଫେମ୍‌ ଅଶୋକ ମଲ୍ଲିକ। ଚିତ୍ରର ମେଲ୍‌ ଲିଡ୍‌ରେ ଜ୍ୟୋତି ନାୟକ ଏବଂ ଅଭିଷେକ ରଥ ରହିଥିବା ବେଳେ ନାୟିକା ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି ପ୍ରିୟଙ୍କା ପ୍ରିୟଦର୍ଶିନୀ। ଏମାନଙ୍କ ବ୍ୟତୀତ ସଙ୍ଗୀତା, ଉତ୍ତମ ମହାନ୍ତି, ଅସିତ ପତି, ବିଜୁ ବଡଜେନା, ବ୍ରଜ ସିଂ, ଦେବୁ ବ୍ରହ୍ମା, ଅରବିନ୍ଦ ଷଢ଼ଙ୍ଗୀ, ବୁଲୁ ପଣ୍ଡା, କୁସୁମ ତ୍ରିପାଠୀ, ପୁଷ୍ପା ପଣ୍ଡା ପ୍ରମୁଖ କଳାକାର ବିଭିନ୍ନ ଭୂମିକାରେ ଅଭିନୟ କରୁଛନ୍ତି। ଅରୁଣ ମନ୍ତ୍ରୀ, ମୋହିତ ଚକ୍ରବର୍ତ୍ତୀଙ୍କ ରଚିତ ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ବିଭୂତିଭୂଷଣ ଗଡ଼ନାୟକ। ଏହାପୂର୍ବରୁ ଅଶୋକ ଓଡ଼ିଆ ଚଳଚ୍ଚିତ୍ର ‘ଏଇ ମିଳନ ଯୁଗ ଯୁଗର’, ‘ମୁଁ ଗୋଟିଏ ଦୁଷ୍ଟ ପିଲା’, ‘ମିଷ୍ଟର ଅନାଡି’ର ନିର୍ଦ୍ଦେଶନା ଦେଇସାରିଛନ୍ତି।

Share