‘ମିସ୍‌ ପ୍ଲସ୍‌ ସାଇଜ୍‌ ଇଣ୍ଡିଆ’ ଫାଇନାଲରେ ଓଡ଼ିଆ ଝିଅ ପାୟଲ

ଭୁବନେଶ୍ୱର,୨୫।୬: ଦୃଢ଼ ଇଚ୍ଛାଶକ୍ତି ଆଗରେ ସବୁକିଛି ହାର୍‌ ମାନେ। ମନରେ କିଛି କରିବାର ଆକାଂକ୍ଷା ଥିଲେ ମଣିଷ କେଉଁଠି ବି ପହଞ୍ଚିପାରେ। ଏହାକୁ ପ୍ରମାଣ କରିଛନ୍ତି ଓଡ଼ିଶାର ପାୟଲ ଚୌଧୁରୀ। ସୌନ୍ଦର୍ଯ୍ୟର ମାପକାଠି କେବଳ ଜିରୋ ସାଇଜ୍‌ କିମ୍ବା ଗୋରା ଚେହେରା ନୁହେଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଦୃଢ଼ ମନୋବଳ ଓ ଉପସ୍ଥିତ ବୁଦ୍ଧି। ଏହି ଦୁଇଟି ଉପାଦାନ ସହ ମଣିଷ ଯେକୌଣସି ଲକ୍ଷ୍ୟ ହାସଲ କରିପାରେ, ଯାହାର ଉଦାହରଣ ସାଜିଛନ୍ତି ପାୟଲ।
ଭୁବନେଶ୍ୱର ନିକଟ ଫୁଲନଖରା ବାସିନ୍ଦା ପାୟଲ ମିସ୍‌ ପ୍ଲସ୍‌ ସାଇଜ୍‌ ଇଣ୍ଡିଆ ୨୦୧୯ ବିଉଟି ପ୍ୟାଜେଣ୍ଟର ଫାଇନାଲିଷ୍ଟ୍‌ ହେବାରେ ସକ୍ଷମ ହୋଇଛନ୍ତି। ପ୍ରଥମ ଓଡ଼ିଆ ଭାବେ ସେ ଏଭଳି ଏକ ଭିନ୍ନ ସଫଳତା ହାସଲ କରିଛନ୍ତି। ସୌନ୍ଦର୍ଯ୍ୟକୁ ନେଇ ଲୋକଙ୍କ ମନରେ ରହିଥିବା ଧାରଣାକୁ ସେ ଭୁଲ୍‌ ପ୍ରମାଣିତ କରିଛନ୍ତି। ବର୍ତ୍ତମାନ ସମୟରେ ପ୍ଲସ୍‌ ସାଇଜ୍‌ ମଡେଲିଂର କ୍ରେଜ୍‌ ଧୀରେ ଧୀରେ ବଢ଼ୁଥିବା ବେଳେ ମିସ୍‌ ପ୍ଲସ୍‌ ସାଇଜ୍‌ ଇଣ୍ଡିଆ ୨୦୧୯ ବିଉଟି ପ୍ୟାଜେଣ୍ଟ ତାଙ୍କୁ ଏକ ନୂଆ ପ୍ଲାଟ୍‌ଫର୍ମ ଦେଇଛି। ପ୍ରଥମରୁ ମଡେଲିଂ ପ୍ରତି ତାଙ୍କର ଆଗ୍ରହ ନ ଥିଲେ ବି ଧୀରେ ଧୀରେ ସେ ଗ୍ଲାମର୍‌ ଦୁନିଆ ଆଡ଼କୁ ଢଳିଥିଲେ। ଡ୍ୟାନ୍ସ ଓ ଷ୍ଟେଜ୍‌ ପରଫରମାନ୍ସରେ ତାଙ୍କର ଛୋଟବେଳୁ ଆଗ୍ରହ ଥିଲା। ଦେଖିବାକୁ ସାମାନ୍ୟ ମୋଟା ହୋଇଥିଲେ ମଧ୍ୟ ମଞ୍ଚରେ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବାକୁ ଟିକେ ହେଲେ ହେଳା କରୁ ନ ଥିଲେ। ପ୍ରତି ପରଫରମାନ୍ସ ପରେ ଲୋକେ ତାଙ୍କ ନୃତ୍ୟର ପ୍ରଶଂସା କରୁଥିଲେ। ଯେଉଁଠି ତାଙ୍କ ଭଳି ଚେହେରା ଥିବା ଅନ୍ୟ ପିଲା ଷ୍ଟେଜ୍‌ ପରଫରମାନ୍ସ ପାଇଁ କୁଣ୍ଠାବୋଧ କରୁଥିଲେ, ସେଠି ସେ ଦୃଢ଼ ଇଚ୍ଛାଶକ୍ତି ସହ ଆଗକୁ ଆସୁଥିଲେ। ଏପରି କି, ଡ୍ୟାନ୍ସ କଲାବେଳେ ଅନେକ ଥର ଲୋକଙ୍କ ଥଟ୍ଟା, ପରିହାସ ମଧ୍ୟ ଶୁଣିଛନ୍ତି। କିନ୍ତୁ ଏହା ତାଙ୍କ ପ୍ୟାଶନକୁ କେବେ ଭାଙ୍ଗିପାରି ନ ଥିଲା, ବରଂ ସକାରାତ୍ମକ ଚିନ୍ତାଧାରା ସହ ସେ ମଡେଲିଂରେ ପାଦ ରଖିବେ ବୋଲି ସ୍ଥିର କରିଥିଲେ। ଏଥିରେ ତାଙ୍କ ମା’ ତାଙ୍କୁ ପ୍ରଥମେ ସହଯୋଗର ହାତ ବଢ଼ାଇଥିଲେ। ପ୍ରଥମେ ସୋସିଆଲ ମିଡିଆରୁ ମିସ୍‌ ପ୍ଲସ୍‌ ସାଇଜ୍‌ ଇଣ୍ଡିଆ ସମ୍ପର୍କରେ ଜାଣିବା ପରେ ସେ ସାଙ୍ଗେ ସାଙ୍ଗେ ଏଥିପାଇଁ ଆବେଦନ କରିଥିଲେ। ଗତ ମେ ୨୫ରେ ବାଙ୍ଗାଲୋରରେ ଅଡିଶନ ଦେଇଥିଲେ। ଜୋରଦାର ପ୍ରସ୍ତୁତି ପରେ ଏହି ଜାତୀୟସ୍ତରୀୟ ଇଭେଣ୍ଟ୍‌ର ଫାଇନାଲରେ ପହଞ୍ଚିବାରେ ପାୟଲ ସଫଳ ହୋଇଛନ୍ତି। ଜୁନ୍‌ ୩୦ରେ ନୂଆଦିଲ୍ଲୀରେ ଏହାର ଗ୍ରାଣ୍ଡ୍‌ ଫିନାଲେ ଅନୁଷ୍ଠିତ ହେଉଥିବା ବେଳେ ଏଥିପାଇଁ ପାୟଲ ନିଜ ସ୍କିନ୍‌ ଓ ହେୟାର୍‌ର ସର୍ବାଧିକ ଯତ୍ନ ନେଉଛନ୍ତି। ଏହାସହ ସାଧାରଣ ଜ୍ଞାନ ଏବଂ ର଼୍ୟାମ୍ପ୍‌ଓ୍ବାକ୍‌ ଉପରେ ମଧ୍ୟ ଫୋକସ୍‌ କରୁଛନ୍ତି। ବାଙ୍ଗାଲୋରର କ୍ରୀଷ୍ଟ ୟୁନିଭର୍ସିଟିରେ ଜର୍ନାଲିଜମ୍‌ ଆଣ୍ଡ ମାସ୍‌ କମ୍ୟୁନିକେଶନରେ ମାଷ୍ଟର୍‌ ଡିଗ୍ରୀ କରୁଥିବା ପାୟଲ ଆଗକୁ ଯାଇ ଫ୍ୟାଶନ ଜର୍ନାଲିଜମ୍‌ରେ କ୍ୟାରିୟର କରିବେ ବୋଲି ଆଗ୍ରହ ରଖିଛନ୍ତି। କେବଳ ଏତିକି ନୁହେଁ, ବଡି ପଜିଟିଭିଟି ଆକ୍ଟିଭିଷ୍ଟ୍‌ ଭାବେ ମଧ୍ୟ କାମ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଇଣ୍ଟରନ୍ୟାଶନାଲ ପ୍ଲସ୍‌ ସାଇଜ୍‌ ମଡେଲ ଆଶ୍‌ଲେ ଗ୍ରାହମ୍‌ଙ୍କୁ ନିଜ ଆଦର୍ଶ ମାନୁଥିବା ପାୟଲ ଆଗକୁ ଯାଇ ତାଙ୍କ ଭଳି ସଫଳ ହେବାକୁ ସ୍ବପ୍ନ ଦେଖିଛନ୍ତି। ନିଜ ଚେହେରାକୁ ନେଇ କେବେ ପଶ୍ଚାତାପ କରିବା ଅନୁଚିତ। ସୌନ୍ଦର୍ଯ୍ୟ ସାଇଜ୍‌ଠାରୁ ବହୁତ ଊର୍ଦ୍ଧ୍ୱରେ। ନିଜକୁ ସର୍ବଦା ଗ୍ରହଣ କରି ପଜିଟିଭ୍‌ ଆଟିଚ୍ୟୁଡ୍‌ ସହ ଆଗକୁ ବଢ଼ିଲେ ସଫଳତା ନିଶ୍ଚୟ ମିଳିବ ବୋଲି ସେ କହିଛନ୍ତି।

ସସ୍ମିତା ପାଇକରାୟ 


Enter your email to get our daily news in your inbox.

All Right Reserved By Dharitri.Com

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri