‘ମିଶନ ମଙ୍ଗଲ’ ତୃତୀୟ ଦିନରେ ଆୟକଲା ୫୦ କୋଟି

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ ଏଥର ଫ୍ରାଇଡେ ରିଲିଜ୍‌ରେ ପରଦାକୁ ଆସିଥିଲା। ସ୍ବାଧୀନତା ଦିବସରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ଆରମ୍ଭରୁ ହିଁ ଦେଖାଇଥିଲା କମାଲ୍‌। ପ୍ରଥମ ୨ ଦିନରେ ପାଖାପାଖି ୪୦ କୋଟି ଟଙ୍କା ବ୍ୟବସାୟ କରିଥିଲା ‘ମିଶନ ମଙ୍ଗଲ’। ଆଉ ତୃତୀୟ ଦିନରେ ଏହା ପ୍ରାୟ ୫୦ କୋଟି ଆୟ କରି ରେକର୍ଡ କରିଛି। ଆଗକୁ ମଧ୍ୟ ଏହା ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି। ଏହା ରିଲିଜ୍‌ ହେବାଦିନ ‘ବାଟଲା ହାଉସ୍‌’ ମଧ୍ୟ ରିଲିଜ୍‌ ହୋଇଥିଲା। ହେଲେ ଏବେ ‘ବାଟଲା ହାଉସ୍‌’କୁ ପଛରେ ପକାଇ ବାଜି ମାରିଛି ‘ମିଶନ ମଙ୍ଗଲ’।

Share