Categories: ଜାତୀୟ

ମିଶନ ଏୟାରଲିଫ୍ଟ: ଇରାନରୁ ସ୍ବଦେଶ ଫେରିଲେ ଭାରତୀୟ; ଏବେ ବି ରହିଛନ୍ତି ୬ ହଜାର

ନୂଆଦିଲ୍ଲୀ,୧୫।୩: ଇରାନରେ ଥିବା ୨୩୪ ଭାରତୀୟ ସ୍ବଦେଶ ଫେରିଛନ୍ତି। ସେମାନଙ୍କ ମଧ୍ୟରେ ୧୩୧ ଜଣ ଛାତ୍ର ଥିବାବେଳେ ୧୦୩ଜଣ ତୀର୍ଥଯାତ୍ରୀ ରହିଛନ୍ତି। ଏବେ ମଧ୍ୟ ଇରାନରେ ୬ ହଜାରରୁ ଅଧିକ ଭାରତୀୟ ରହିଛନ୍ତି। ସେମାନଙ୍କୁ ଭାରତ ଫେରାଇ ଆଣିବା ଲାଗି ଉଦ୍ୟମ ଜାରି ରହିଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ସୂଚନା ଦେଇଛନ୍ତି। ଇରାନରୁ ଫେରିଥିବା ଭାରତୀୟଙ୍କୁ ଯୋଧପୁର ଏବଂ ଜୟସେଲମେରଠାରେ ଥିବା ଆଇସୋଲେଶନ୍‌ କ୍ୟାମ୍ପ୍‌ରେ ରଖାଯିବାର ବ୍ୟବସ୍ଥା କରାଯାଇଛି। ଭାରତୀୟ ସେନା ଦ୍ୱାରା ଏହା ପରିଚାଳିତ ହେଉଛି।

Share