Categories: ଜାତୀୟ

ମିଳୁନି ପିଆଜ ଦୋସା

ବେଙ୍ଗାଲୁରୁ,୩୦।୧୧: ଦେଶର ବିଭିନ୍ନ ଭାଗରେ ଏବେ ପିଆଜର କିଲୋଗ୍ରାମ ପିଛା ଦାମ୍‌ ଶହେ ଟଙ୍କା ଛୁଇଁଛି। ଆଉ ଏହି ଦାମ୍‌କୁ ଦେଖି ଘରଠାରୁ ହୋଟେଲ ସବୁଠି ପିଆଜର ବ୍ୟବହାରକୁ କମ୍‌ କରି ଦିଆଯାଇଛି। ବେଙ୍ଗାଲୁରୁର ଅଧିକାଂଶ ରେସ୍ତୋରାଁରେ ଏବେ ଆଉ ପିଆଜ ଦୋସା ମିଳୁନାହିଁ ବୋଲି କହିଛନ୍ତି ରେସ୍ତୋରାଁ ମାଲିକ। କାରଣ ପିଆଜ ବ୍ୟବହାର କଲେ ଦୋସାର ଦାମ୍‌ ବଢିଯିବ ବୋଲି ସେମାନେ ମତ ଦେଇଛନ୍ତି। ଦୋସାର ଦାମ୍‌ ବଢିଗଲେ ଗ୍ରାହକ ଅସନ୍ତୁଷ୍ଟ ହେବେ ସେଥିପାଇଁ ପିଆଜ ଦୋସାକୁ କିଛି ସମୟ ପାଇଁ ସେମାନେ ବନ୍ଦ କରିଦେଇଥିବା କହିଛନ୍ତି। ଏପଟେ ସରକାର ସୁଲଭ ମୂଲ୍ୟରେ ପିଆଜ ଯୋଗାଇ ଦେଉଥିଲେ ମଧ୍ୟ ଏହା ସମୁଦ୍ରକୁ ଶଙ୍ଖେ ଭଳି ହେଉଛି। ତେଣୁ କେବେ କମିବ ପିଆଜ ଦର ତାକୁ ସମସ୍ତଙ୍କର ଅପେକ୍ଷା ରହିଛି।

Share