ମିଳୁନି ଆବାସ ଯୋଜନାରେ ଘର: ପଲିଥିନ ତଳେ ମୂର୍ତ୍ତି କାରିଗରଙ୍କ ପରିବାର

ନାଉଗଁା,୩୦ା୭(ସ୍ବ.ପ୍ର.): ନାଉଗଁା ବ୍ଲକ ଜାମୁଗଁା ପଞ୍ଚାୟତ ରଘୁନାଥପୁର ଗ୍ରାମର ଚନ୍ଦେଶ୍ୱର ଲେଙ୍କା। ଜଣେ ମୂର୍ତ୍ତି କାରିଗର ଭାବେ ସେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା। ଦୀର୍ଘ ୩୦ବର୍ଷ ହେଲା ସେ ଗଣେଶ ପୂଜା, ସରସ୍ବତୀ ପୂଜା, ଖୁଦୁରୁକୁଣୀ ଆଦି ବିଭିନ୍ନ ପର୍ବ ପର୍ବାଣୀରେ ମୂର୍ତ୍ତି ଗଢି ଗୁଜୁରାଣ ମେଣ୍ଟାଇ ଆସୁଛନ୍ତି। ଘରେ ତାଙ୍କର ବୃଦ୍ଧା ମା’ କଷି ଦେଈ(୯୩), ସ୍ତ୍ରୀ ଫୁଲଣା ଓ ଦୁଇ ପୁଅ। ଚନ୍ଦେଶ୍ୱର ମୂର୍ତ୍ତି ଗଢି ଯାହା ରୋଜଗାର କରନ୍ତି ସେଥିରେ ୫ ପ୍ରାଣୀ ଚଳିବା କଷ୍ଟକର ହେଉଛି। ସେଥିରେ ପୁଣି ପିଲାମାନଙ୍କ ପାଠପଢା। ଏମିତିରେ ବର୍ତ୍ତମାନ ଅତ୍ୟାଧୁନିକ ଛାଞ୍ଚ ମେଶିନରେ ତିଆରି ମୂର୍ତ୍ତି ମିଳୁଥିବାରୁ ଚନ୍ଦେଶ୍ୱରଙ୍କ ହାତ ତିଆରି ମୂର୍ତ୍ତିର ଚାହିଦା କମିଗଲାଣି। ତେଣୁ ଆଗ ଭଳି ରୋଜଗାର ହେଉନି। ଆର୍ଥିକ ଅନଟନ ମଧ୍ୟରେ ପରିବାର ଚଳୁଥିବାବେଳେ ଘର ଖଣ୍ଡେ କରିବା ସମ୍ଭବ କଷ୍ଟକର। ତେଣୁ ପଲିଥିନ ତଳେ ଜୀବନ ବିତାଉଛନ୍ତି ୫ ପ୍ରାଣୀ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ସରକାର କାରିଗର ଓ ଗରିବ ଶ୍ରେଣୀର ଲୋକଙ୍କୁ ବିଭିନ୍ନ ଯୋଜନାରେ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ବିଭିନ୍ନ ପ୍ରକାର ଭତ୍ତା ସହ ଇନ୍ଦିରା ଆବାସ, ବିଜୁ ପକ୍କାଘର ଆଦି ପ୍ରଦାନ କରୁଛନ୍ତି। କିନ୍ତୁ ଚନ୍ଦେଶ୍ୱରଙ୍କ ନିକଟରେ ଏସବୁ ଯୋଜନା ପହଞ୍ଚତ୍ପାରିନାହିଁ। କେବଳ ଖାଦ୍ୟ ସୁରକ୍ଷା ଯୋଜନାରେ ତାଙ୍କୁ ସାମିଲ କରାଯାଇଛି। କୌଣସି ରାଜନୈତିକ ଦଳରେ ସାମିଲ ହୋଇ ନ ଥିବାରୁ ଓ ହାତଗୁଞ୍ଜା ଦେଇପାରୁ ନ ଥିବାରୁ ତାଙ୍କୁ ଘର ଖଣ୍ଡେ ମିଳିପାରୁ ନ ଥିବା ଚନ୍ଦେଶ୍ୱର କହିଛନ୍ତି। ଥିଲାବାଲା ଲୋକ ସରକାରୀ ଯୋଜନାରେ ଘର ପାଉଥିବାବେଳେ ବର୍ଷ ବର୍ଷ ଧରି ପଲିଥିନ ତଳେ ରହି ମଧ୍ୟ ସେ ଏହି ଯୋଜନାରୁ ବଞ୍ଚତ୍ତ ହେଉଛନ୍ତି। ଘର ପାଇଁ ସେ ବହୁବାର ଆବେଦନ କରିଥିଲେ ମଧ୍ୟ ତାଙ୍କ କଥା ବିଚାରକୁ ନିଆଯାଉନାହିଁ। ବର୍ତ୍ତମାନ ନୂତନ ହିତାଧିକାରୀଙ୍କୁ ଘର ଦେବା ପାଇଁ ତାଲିକା ଆସିଥିବାବେଳେ ସେଥିରେ ତାଙ୍କ ନାମ ନାହିଁ। ସେହିପରି ଜଣେ କାରିଗର ଭାବେ ନିଜ ବ୍ୟବସାୟ ବଢାଇବାକୁ ତାଙ୍କର ଇଚ୍ଛା ଥିଲେ ମଧ୍ୟ ସେଥିପାଇଁ ପ୍ରୋତ୍ସାହନ ମିଳୁନାହିଁ। କେବଳ ସେତିକି ନୁହେଁ ସରକାରଙ୍କ କଳାକାର ଭାତ୍ତା ପାଇବାରୁ ମଧ୍ୟ ସେ ବଞ୍ଚତ୍ତ ହୋଇଛନ୍ତି। ଏ ସମ୍ପର୍କରେ ସରପଞ୍ଚ ଲଲାଟେନ୍ଦୁ ପରିଡାଙ୍କୁ ପଚାରିବାରେ ସେ କହିଲେ ଯେ, ଚନ୍ଦେଶ୍ୱର ଆବେଦନ କରିଥିଲେ। କିନ୍ତୁ ଏହାର ତଦନ୍ତ ବାହାର ଟିମ୍‌ ଦ୍ୱାରା କରାଯାଉଥିଲା। କ’ଣ ପାଇଁ ତାଙ୍କୁ ବାଦ୍‌ ଦିଆଗଲା ଜଣାପଡିନାହିଁ। ବିଡିଓ ରଶ୍ମିରେଖା ମଲିକଙ୍କୁ ପଚାରିବାରେ ପଚାରିବାରେ କାହିଁକି କଟିଛି ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri