ମିଳିଲା ନରଭକ୍ଷୀ ଡାଇନାସୋର ଜୀବାଶ୍ମ…

ବ୍ରାଜିଲ୍‌ର ଦକ୍ଷିଣ ଅଞ୍ଚଳରୁ ଏକ ନରଭକ୍ଷୀ ଡାଇନାସୋର ଜୀବାଶ୍ମ ମିଳିଛି। ଏହି ପ୍ରଜାତିର ଡାଇନାସୋର ୨୩ କୋଟି ବର୍ଷ ତଳେ ପୃଥିବୀରେ ବାସ କରୁଥିଲା ବୋଲି ଗବେଷକ କହିଛନ୍ତି। ଏନେଇ ବିଜ୍ଞାନ ପତ୍ରିକା ପିରଜେରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ଜୀବାଶ୍ମ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। ଏତେବର୍ଷ ବିତିଯାଇଥିଲେ ମଧ୍ୟ ଏହା କିପରି ସମ୍ଭବ ହୋଇଛି ତାହା ଗବେଷକଙ୍କୁ ବିସ୍ମିତ କରିଛି। ଏହି ପ୍ରଜାତିର ଡାଇନାସୋରର ଦାନ୍ତ ଏବଂ ମାଢ଼ି ବେଶ୍‌ ସୁଦୃଢ଼ ଥିବା ଗବେଷକ କହିଛନ୍ତି।

Share