ମିଳିଲା ଅନୁମତି: ବ୍ରହ୍ମପୁର ଏମ୍‌କେସିଜିରେ ହେବ କୋଭିଡ-୧୯ ଟେଷ୍ଟ

ଭୁବନେଶ୍ୱର,୧୦।୪(ବ୍ୟୁରୋ): ଗଞ୍ଜାମ ଜିଲା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି)ମେଡିକାଲ କଲେଜରେ କରୋନା ଟେଷ୍ଟ କରାଯିବ। ଏଥିପାଇଁ ଦିଲ୍ଲୀ ଆଇସିଏମ୍‌ଆର୍‌ ପକ୍ଷରୁ ଅନୁମତି ମିଳିଛି। ମେଡିକାଲ କଲେଜ ଭାବେ କଟକ ଏସ୍‌ସିବି ପରେ ଏମ୍‌କେସିଜିରେ କରୋନା ଟେଷ୍ଟ କରାଯିବ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ପକ୍ଷରୁ ଶୁକ୍ରବାର ଟୁଇଟ୍‌ କରି ସୂଚନା ଦିଆଯାଇଛି।