Categories: ଖେଳ

ମିମ୍‌ ପାଲଟିଲା କୋହଲିଙ୍କ ଲାଟେଷ୍ଟ ଫଟୋ

ନୂଆଦିଲ୍ଲୀ,୫।୯: ଭାରତୀୟ ଅଧିନାୟକ ବିରାଟ କୋହଲି ଗୁରୁବାର ଟୁଇଟରରେ ନିଜର ବିନା ପୋଷାକ ଫଟୋ ଶେୟାର କରିଛନ୍ତି। ଏହି ପୋଷ୍ଟର ମଜା ଉଠାଇଛନ୍ତି ଭାରତୀୟ ପ୍ରଶଂସକମାନେ। ନିକଟରେ ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ବିଭିନ୍ନ ରାଜ୍ୟରେ ଗାଡ଼ି ଚାଳକମାନେ ମୋଟା ଅଙ୍କର ଫାଇନ ଭରୁଥିବା ନଜର ଆସୁଛି। ଏହି ଘଟଣା ଏବେ ସୋସିଆଲ ମିଡିଆରେ ମିମ୍‌ ପାଲଟିଛି। ତେବେ କୋହଲିଙ୍କ ଶାର୍ଟଲେସ ଫଟୋକୁ ମଧ୍ୟ ୟୁଜର୍ସମାନେ ମିମ୍‌ ଭାବେ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଉକ୍ତ ଫଟୋରେ ଜଣେ ପ୍ରଶଂସକ କମେଣ୍ଟ କରିଛନ୍ତି, ଟ୍ରାଫିକ ଚାଲାନ ଦେବା ପରେ ବିଶ୍ୱର ସବୁଠୁ ଏହି ଧନୀ କ୍ରିକେଟର। ଆଉ ଜଣେ ଲେଖିଛନ୍ତି, ଏହା କେବଳ ଏକ ଫଟୋ ନୁହେଁ। ଚିକୁ ଚାଲାନ ଭରିଥିବାର ଏହା ପ୍ରମାଣ। ସେହିଭଳି ମଦ୍ୟପାନ କରି ଗାଡ଼ି ଚଲାଇଲେ ଟ୍ରାଫିକ ପୋଲିସକୁ ଫାଇନ ଦେଲା ପରେ ଆମେ ଚିକୁଙ୍କ ଅବସ୍ଥାରେ ପହଞ୍ଚତ୍ୟିବା ବୋଲି ଜଣେ ଟୁଇଟ୍‌ କରିଛନ୍ତି। ଉଲ୍ଲେଖଥାଉ କି, ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜକୁ ୨-୦ ବ୍ୟବଧାନରେ ହରାଇବା ପରେ କୋହଲି ଦେଶର ସବୁଠୁ ସଫଳତମ ଅଧିନାୟକ ହୋଇପାରିଛନ୍ତି। ଏହି ସିରିଜ୍‌ରେ ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ସୌରଭ ଗାଙ୍ଗୁଲିଙ୍କୁ ମଧ୍ୟ ଅତିକ୍ରମ କରିଛନ୍ତି। ୩୦ ବର୍ଷୀୟ କୋହଲି ଏବେ ବିଶ୍ୱର ନଂ ୧ ଦିନିକିଆ ଓ ଟେଷ୍ଟରେ ୨ୟ ର଼୍ୟାଙ୍କ ବ୍ୟାଟ୍ସମ୍ୟାନ।

Share