ମିନତି ମିଶ୍ରଙ୍କୁ ମରଣୋତ୍ତର ଗୁରୁ ଗଙ୍ଗାଧର ପ୍ରଧାନ ସମ୍ମାନ

କୋଣାର୍କ,୨୨।୨(ଡି.ଏନ.ଏ): କୋଣାର୍କ ନାଟ୍ୟମଣ୍ଡପରେ ଚାଲିଥିବା ୩୪ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ପଞ୍ଚଦେବ ସ୍ତୁତି ପରେ ବିଖ୍ୟାତ ସିତାର ବାଦକ ପଣ୍ଡିତ ରବି ଶଙ୍କର ପ୍ରଧାନ ଋତୁରାଜ ବସନ୍ତକୁ ନେଇ ରାଗ-ବାହାର ପରିବେଷଣ କରିଥିଲେ। ଦ୍ୱିତୀୟ ଚରଣରେ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁ ମନୋରଞ୍ଜନ ପ୍ରଧାନ ଓ ଗୁରୁ ମିନତି ପ୍ରଧାନ ନୃତ୍ୟ ପରିବେଷଣ କରିଥିଲେ। ଓଡ଼ିଶୀ ନୃତ୍ୟରେ ଅର୍ଦ୍ଧ ନାରୀଶ୍ୱର ‘କୋଣାର୍କ କାନ୍ତି’ ଓ ମାଣିକପାଟଣା ଶିବ-ପାର୍ବତୀଙ୍କ ମିଳନ, ପ୍ରକୃତି ପୁରୁଷର ମିଳନର ତତ୍ତ୍ୱକୁ ବ୍ୟକ୍ତ କରିଥିବା ବେଳେ କୋଣାର୍କ କାନ୍ତି ଅର୍କକ୍ଷେତ୍ରର ଗରିମାକୁ ତୋଳି ଧରିଥିଲା। ଅନୁରୂପ ଭାବେ ‘ମାଣିକପାଟଣା’ ଶ୍ରୀଜଗନ୍ନାଥ ଓ ମାଣିକ ଗଉଡୁଣୀ ପ୍ରସଙ୍ଗକୁ ସ୍ପଷ୍ଟ କରିଥିଲା। ଅନ୍ତିମ ପ୍ରସ୍ତୁତିରେ ଗୋକୁଳ ଚନ୍ଦ୍ର ଛଉନୃତ୍ୟ ପ୍ରତିଷ୍ଠାନ ମୟୂରଭଞ୍ଜର ଶିଳ୍ପୀଗଣ ସମରକଳା ଆଧାରିତ ଛଉନୃତ୍ୟ ପରିବେଷଣ କରିଥିଲେ। ପଦ୍ମଶ୍ରୀ ସ୍ବର୍ଗତା ଡ.ମିନିତୀ ମିଶ୍ରଙ୍କୁ ମରଣୋତ୍ତର ଗୁରୁ ଗଙ୍ଗାଧର ପ୍ରଧାନ ସମ୍ମାନ ପ୍ରଦାନ କରାଯାଇଥିଲା। ଏହାକୁ ପଦ୍ମଶ୍ରୀ ସ୍ବର୍ଗତା ମିଶ୍ରଙ୍କ ଶିଷ୍ୟ ଓ ଶିଷ୍ୟା ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲ ଓ ଗୁରୁ ମୀନାକ୍ଷୀ ବେହେରା ଗ୍ରହଣ କରିଥିଲେ। ଏହି ଉଦ୍‌ଯାପନୀ ଉତ୍ସବରେ ଅତିଥିଭାବେ ରାଜନେତା ଓ କବି ଶଙ୍କର ପରିଡା, ଲୋକସେବକ ମଣ୍ଡଳ ସଭ୍ୟ ସୂର୍ଯ୍ୟ ରଥ, ନାଟ୍ୟମଣ୍ଡପ ସହ ପ୍ରତିଷ୍ଠାତା ସୁଲୋଚନା ପ୍ରଧାନ, ସଭାପତି ଡ.ରମଣୀ ରଞ୍ଜନ ଜେନା,ସମ୍ପାଦକ ଶିବାଶିଷ ପ୍ରଧାନ ଓ ଯୁଗ୍ମସମ୍ପାଦକ ଗୁରୁପଦ ବଳିଆରସିଂହ ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ନାଟ୍ୟମଣ୍ଡପର ଉପସଭାପତି ପ୍ରସନ୍ନ ବେଉରିଆ,ଜଟାଧାରୀ ସ୍ବାଇଁ ପ୍ରମୁଖ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri