ଭୁବନେଶ୍ବର,୪ା୧୧(ବ୍ୟୁରୋ):ଧାମନଗର ଉପନିର୍ବାଚନ ଜିତିବା ଲାଗି ବିଜେଡି ଏବେ ସାମାଜିକ ଗଣମାଧ୍ୟମ ଜରିଆରେ ଭୋଟରଙ୍କୁ ଭ୍ରମିତ କରୁଛି। ପୂର୍ବରୁ ବିଜେଡି ପ୍ରଶାସନିକ ଅଧିକାରୀ, ଏସ୍ଏଚ୍ଜି, ଏମ୍ବିକେ, ସିଆର୍ପି ମାଧ୍ୟମରେ ଟଙ୍କା ବଣ୍ଟନକରି ଭୋଟରଙ୍କୁ ବିଚଳିତ କରିବାର ସମସ୍ତ ଅପଚେଷ୍ଟା କରିଥିଲା। ଏନେଇ ଭାଜପା ସମସ୍ତ ତଥ୍ୟ ଓ ପ୍ରମାଣ ସହ ସିଇଓଙ୍କ ପାଖରେ ଫେରାଦ ହୋଇଥିଲା। ସିଇଓ ମଧ୍ୟ ଘଟଣାର ତଦନ୍ତକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। କିନ୍ତୁ ଶାସକ ଦଳ ନ ସୁଧୁରି ପୁଣି ବିଜେଡି ନେତ୍ରୀ ସ୍ବର୍ଣ୍ଣଲତା ନାୟକ ଏକ ମିଥ୍ୟା ଏକଜିଟ୍ ପୋଲର ‘ବିଜେଡି ଜିତୁଛି ଧାମନଗର’ ଡିଜାଇନ ବନାଇ ତାକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରାଉଥିବା ଭାଜପା ଅଭିଯୋଗ କରିଛି। ଏନେଇ ଭାଜପାର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଭେଟି ଅଭିଯୋଗପତ୍ର ଦେଇଛିି। ନିର୍ବାଚନ ପ୍ରଚାର ଗତ ୧ ତାରିଖ ସନ୍ଧ୍ୟାରୁ ସରିବା ପରେ କୌଣସି ପ୍ରକାର ଏକ୍ଜିଟ୍ ପୋଲ୍ ହେଇପାରିବନାହିଁ ବୋଲି ସ୍ପଷ୍ଟ ନିୟମ ଥିବା ମଧ୍ୟରେ ବିଜେଡି ତା’ର ପୁରୁଣା କାରନାମା ଜାରି ରଖୁଛି। ମିଥ୍ୟା ଅଡିଓ, ଭିଡିଓ ପ୍ରସ୍ତୁତ କରି ମତଦାତାଙ୍କୁ ଭ୍ରମିତ କରୁଛନ୍ତି ଯେଉଁଥିରେ ଶାସକ ଦଳ ସଫଳ ହେବ ନାହିଁ। ଧାମନଗର ନିର୍ବାଚନମଣ୍ଡଳୀର ନିର୍ବାଚନ ନିୟମକୁ ବିଜେଡି ଖୋଲାଖୋଲି ଉଲ୍ଲଂଘନ କରୁଛି। ଏହି ଅଞ୍ଚଳରେ ମୁକ୍ତ, ନିରପେକ୍ଷ ଉପନିର୍ବାଚନ କରିବାକୁ ଭାଜପା ସିଇଓଙ୍କୁ ଦାବି କରିଛି। ଏନେଇ ତୁରନ୍ତ ସାଇବର କ୍ରାଇମ୍ ବିଭାଗ ଓ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଏହାର ଦାୟିତ୍ୱ ନେଇ ତଦନ୍ତକରି ଏ ପ୍ରସଙ୍ଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଭାଜପା ଦାବି କରିଛି।
କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର
ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...
ବାମଣ୍ଡା କପ୍ କ୍ରିକେଟ୍: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ
ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...
ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ
ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...
ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍ରେ ବ୍ରହ୍ମପୁର ବିଜୟୀ
ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...
ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ
କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...
ୟୁକ୍ରେନ୍କୁ ବଡ଼ ଚେତାବନୀ ଦେଲେ ପୁଟିନ୍
ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଫ୍ଲୋରିଡ଼ାରେ...
ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ,୨୮ା୧୨: ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...
ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା
ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...
Archives


