ନୂଆଦିଲ୍ଲୀ,୬-୭: ମିଡିଆ, ବିମାନ ଚଳାଚଳ, ବୀମା ଏବଂ ଏକକ ବ୍ରାଣ୍ଡ ରିଟେଲ୍ କ୍ଷେତ୍ରରେ ଏଫ୍ଡିଆଇ ନିୟମ କୋହଳ କରିବାକୁ ବଜେଟରେ ପ୍ରସ୍ତାବ ଦିଆଯାଇଛି। ଏହି କ୍ଷେତ୍ରଗୁଡିକରେ ଅଧିକ ବିଦେଶୀ ପୁଞ୍ଜି ଆକୃଷ୍ଟ କରାଇବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ୨୦୧୮-୧୯ ଆର୍ଥତ୍କ ବର୍ଷରେ ଦେଶ ମଧ୍ୟକୁ ଏଫ୍ଡିଆଇ ଆଗମନରେ ୬% ବୃଦ୍ଧି ଘଟି ୬୪.୩୭ ବିଲିୟନ ଡଲାର ଛୁଇଁଛି। ଭାରତକୁ ଏଫ୍ଡିଆଇର ଏକ ପ୍ରମୁଖ ସ୍ଥଳ ଭାବେ ଗଢି ତୋଳିବାକୁ ପ୍ରସ୍ତାବ ରହିଥିବା ଅର୍ଥମନ୍ତ୍ରୀ କହିଛନ୍ତି। ଉପରୋକ୍ତ କ୍ଷେତ୍ରଗୁଡିକ ସହ ଆନିମେଶନ,ଭିଜୁଆଲ ଇଫେକ୍ଟ, ଗେମିଂ, କମିକ୍ସ ଏବଂ ବୀମା କ୍ଷେତ୍ରରେ ଏଫ୍ଡିଆଇ ଆକୃଷ୍ଟ କରିବା ପାଇଁ ଅଂଶୀଦାରଙ୍କ ସହ ଆଲୋଚନା କରାଯାଉଥିବା ସୀତାରାମନ କହିଛନ୍ତି।
ବୀମା କ୍ଷେତ୍ରରେ ମଧ୍ୟସ୍ଥଙ୍କ ଲାଗି ୧୦୦% ଏଫ୍ଡିଆଇ ଏବଂ ଏକକ ବ୍ରାଣ୍ଡ ରିଟେଲ କ୍ଷେତ୍ରରେ ସ୍ଥାନୀୟ ସୋର୍ସିଂ ନିୟମ ଉପରେ ବିଚାର କରାଯିବାକୁ ପ୍ରସ୍ତାବ ରହିଛି। ବର୍ତ୍ତମାନ ବୀମାରେ ୪୯% ଏଫ୍ଡିଆଇକୁ ଅନୁମତି ଦିଆଯାଇଛି। ଏହା ମଧ୍ୟରେ ବୀମା ବ୍ରୋକିଂ, ବୀମା କମ୍ପାନୀ, ଥାର୍ଡ ପାର୍ଟି ଆଡ୍ମିନିଷ୍ଟ୍ରେଟର, ସର୍ଭେୟର, ଲସ୍ ଆସେସରମାନେ ଅଛନ୍ତି। ଅର୍ଥ ସେବା କମ୍ପାନୀଗୁଡିକ ଭଳି ବୀମା କ୍ଷେତ୍ରରେ ମଧ୍ୟ ୧୦୦% ଏଫ୍ଡିଆଇ ଉପରେ ବିଚାର କରିବାକୁ ଅଂଶୀଦାରମାନେ ସରକାରଙ୍କୁ ନିବେଦନ କରିଥିଲେ। ୨୦୧୫ରେ ଦେଶରେ ବୀମା ପେନିଟ୍ରେଶନ ମାତ୍ର ୩.୪% ରହିଛି। ଏହା ବିଶ୍ୱରେ ୬.୨%। ୨୦୧୪ରେ ଦେଶ ମଧ୍ୟରେ ବୀମା ପେନିଟ୍ରେଶନ ୩.୩% ଥିଲା। ସେହିଭଳି ମିଡିଆ କ୍ଷେତ୍ରରେ ୨୬% ଏଫ୍ଡିଆଇକୁ ଅନୁମତି ଦିଆଯାଉଛି।
Business Eminence Awards 2026: ଉଦ୍ୟୋଗିତା ସମାଜକୁ ସାହାଯ୍ୟ କରିବାର ମାଧ୍ୟମ
ଜଗଦମ୍ବା ପଲିମର୍ସ ଲିମିଟେଡ୍ର ମ୍ୟାନେଜିଂ ଡାଇରେକ୍ଟର ଚନ୍ଦ୍ର ପ୍ରକାଶ ଭରତ୍ତିଆ ଜଣେ ପ୍ରଥମ ପିଢ଼ିର ଉଦ୍ୟୋଗୀ। ୪ ଦଶକରୁ ଅଧିକ ଓଡ଼ିଶାରେ ବ୍ୟବସାୟ ଚଳାଇଆସୁଛନ୍ତିି। ଜଗଦମ୍ବା ପଲିମର୍ସ…
ଟ୍ରେନ୍ରେ ମାଗଣାରେ କରିପାରିବେ ଯାତ୍ରା, ଭାରତୀୟ ରେଳବାଇ ଏମାନଙ୍କଠାରୁ ନିଏ ନାହିଁ ଗୋଟିଏ ବି ଟଙ୍କା, ଜାଣନ୍ତୁ ନିୟମ…
ନୂଆଦିଲ୍ଲୀ,୧୬।୪: ଭାରତୀୟ ରେଳବାଇ (Indian Railways) ଦେଶର କୋଟି କୋଟି ଯାତ୍ରୀଙ୍କ ସୁବିଧା ପାଇଁ ଅନେକ ନିୟମ ପ୍ରଣୟନ କରିଛି। କିନ୍ତୁ ଅନେକ ସମୟରେ ସଠିକ ସୂଚନା…
ଅକ୍ଷୟ ତୃତୀୟାରେ ୨ ଲକ୍ଷ ଧରିବ ସୁନାଦର! ସୁନାପ୍ରେମୀଙ୍କୁ ଝଟ୍କା
ନୂଆଦିଲ୍ଲୀ,୧୬।୪: ଅକ୍ଷୟ ତୃତୀୟା ରବିବାର ପଡୁଛି। କିନ୍ତୁ, ଯଦି ଆପଣ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ବଜାରରେ ସାମ୍ପ୍ରତିକ ମୂଲ୍ୟ ବୃଦ୍ଧି ଆପଣଙ୍କୁ ଚିନ୍ତାରେ ପକାଇପାରେ।…
ବଢିଗଲା ସାବୁନ-ସାମ୍ପୁର ଦାମ୍, ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼
ନୂଆଦିଲ୍ଲୀ,୧୬।୪: ଖୁଚୁରା ଏବଂ ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧିର ରିପୋର୍ଟ ପରେ, ଆଉ ଏକ ଖବର ସାମ୍ନାକୁ ଆସିଛି ଯାହା ମଧ୍ୟବିତ୍ତ ପରିବାର ପାଇଁ ସାମାନ୍ୟ ଝଟକା ଆଣିପାରେ।…
ଏପ୍ରିଲ ୨୯ ପରେ ଭାରତରେ ବଢିଯିବ ପେଟ୍ରୋଲ ଦର! ଲିଟର ପିଛା ହେବ…
ନୂଆଦିଲ୍ଲୀ,୧୬।୪: ମଧ୍ୟପ୍ରାଚ୍ୟରେ 40 ଦିନର ସଂଘର୍ଷ ପରେ, ଦୁଇ ସପ୍ତାହର ଯୁଦ୍ଧବିରତି ସ୍ଥାପନ କରାଯାଇଛି; ତଥାପି, ପରିସ୍ଥିତି ଅପରିବର୍ତ୍ତିତ ରହିଛି। ବିଶ୍ୱର ପ୍ରମୁଖ ଜଳପଥ ମଧ୍ୟରୁ, ହର୍ମୁଜ…
ଟ୍ରେନ୍ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ…
ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…
PNB ଗ୍ରାହକ ଆଲର୍ଟ! କାଲିଠୁ ବନ୍ଦ ହୋଇଯିବ ବ୍ୟାଙ୍କ୍ ଆକାଉଣ୍ଟ, ଲିଷ୍ଟରେ ଅଛି କି ନାଁ…
ନୂଆଦିଲ୍ଲୀ,୧୫।୪: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ରେ ଏକ ଆକାଉଣ୍ଟ ଅଛି, ତେବେ ଏହି ଅପଡେଟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ…
Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍
ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…
Archives

