ମିଡିଆ,ବିମାନ ଚଳାଚଳ, ବୀମା, ଏକକ ବ୍ରାଣ୍ଡ ରିଟେଲରେ ଏଫ୍‌ଡିଆଇ କୋହଳ ପ୍ରସ୍ତାବ

ନୂଆଦିଲ୍ଲୀ,୬-୭: ମିଡିଆ, ବିମାନ ଚଳାଚଳ, ବୀମା ଏବଂ ଏକକ ବ୍ରାଣ୍ଡ ରିଟେଲ୍‌ କ୍ଷେତ୍ରରେ ଏଫ୍‌ଡିଆଇ ନିୟମ କୋହଳ କରିବାକୁ ବଜେଟରେ ପ୍ରସ୍ତାବ ଦିଆଯାଇଛି। ଏହି କ୍ଷେତ୍ରଗୁଡିକରେ ଅଧିକ ବିଦେଶୀ ପୁଞ୍ଜି ଆକୃଷ୍ଟ କରାଇବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ୨୦୧୮-୧୯ ଆର୍ଥତ୍କ ବର୍ଷରେ ଦେଶ ମଧ୍ୟକୁ ଏଫ୍‌ଡିଆଇ ଆଗମନରେ ୬% ବୃଦ୍ଧି ଘଟି ୬୪.୩୭ ବିଲିୟନ ଡଲାର ଛୁଇଁଛି। ଭାରତକୁ ଏଫ୍‌ଡିଆଇର ଏକ ପ୍ରମୁଖ ସ୍ଥଳ ଭାବେ ଗଢି ତୋଳିବାକୁ ପ୍ରସ୍ତାବ ରହିଥିବା ଅର୍ଥମନ୍ତ୍ରୀ କହିଛନ୍ତି। ଉପରୋକ୍ତ କ୍ଷେତ୍ରଗୁଡିକ ସହ ଆନିମେଶନ,ଭିଜୁଆଲ ଇଫେକ୍ଟ, ଗେମିଂ, କମିକ୍ସ ଏବଂ ବୀମା କ୍ଷେତ୍ରରେ ଏଫ୍‌ଡିଆଇ ଆକୃଷ୍ଟ କରିବା ପାଇଁ ଅଂଶୀଦାରଙ୍କ ସହ ଆଲୋଚନା କରାଯାଉଥିବା ସୀତାରାମନ କହିଛନ୍ତି।
ବୀମା କ୍ଷେତ୍ରରେ ମଧ୍ୟସ୍ଥଙ୍କ ଲାଗି ୧୦୦% ଏଫ୍‌ଡିଆଇ ଏବଂ ଏକକ ବ୍ରାଣ୍ଡ ରିଟେଲ କ୍ଷେତ୍ରରେ ସ୍ଥାନୀୟ ସୋର୍ସିଂ ନିୟମ ଉପରେ ବିଚାର କରାଯିବାକୁ ପ୍ରସ୍ତାବ ରହିଛି। ବର୍ତ୍ତମାନ ବୀମାରେ ୪୯% ଏଫ୍‌ଡିଆଇକୁ ଅନୁମତି ଦିଆଯାଇଛି। ଏହା ମଧ୍ୟରେ ବୀମା ବ୍ରୋକିଂ, ବୀମା କମ୍ପାନୀ, ଥାର୍ଡ ପାର୍ଟି ଆଡ୍‌ମିନିଷ୍ଟ୍ରେଟର, ସର୍ଭେୟର, ଲସ୍‌ ଆସେସରମାନେ ଅଛନ୍ତି। ଅର୍ଥ ସେବା କମ୍ପାନୀଗୁଡିକ ଭଳି ବୀମା କ୍ଷେତ୍ରରେ ମଧ୍ୟ ୧୦୦% ଏଫ୍‌ଡିଆଇ ଉପରେ ବିଚାର କରିବାକୁ ଅଂଶୀଦାରମାନେ ସରକାରଙ୍କୁ ନିବେଦନ କରିଥିଲେ। ୨୦୧୫ରେ ଦେଶରେ ବୀମା ପେନିଟ୍ରେଶନ ମାତ୍ର ୩.୪% ରହିଛି। ଏହା ବିଶ୍ୱରେ ୬.୨%। ୨୦୧୪ରେ ଦେଶ ମଧ୍ୟରେ ବୀମା ପେନିଟ୍ରେଶନ ୩.୩% ଥିଲା। ସେହିଭଳି ମିଡିଆ କ୍ଷେତ୍ରରେ ୨୬% ଏଫ୍‌ଡିଆଇକୁ ଅନୁମତି ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ...

ଓ୍ବିକେଣ୍ଡ ଥିବା ସତ୍ତ୍ୱେ ମାର୍ଚ୍ଚ ୩୦-୩୧ରେ ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣନ୍ତୁ କରିପାରିବେ କେଉଁ କାମ…

ନୂଆଦିଲ୍ଲୀ,୨୬।୩: ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରହିବ।...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫...

ସୁବ୍ରତଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର

ଭୁବନେଶ୍ୱର,୨୫।୩: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ସୁବ୍ରତ ଦାସଙ୍କୁ ନିକଟରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri