ମିଠାଦୋକାନ ଜଳିଗଲା

ଦିଗପହଣ୍ଡି,୧୨ା୯(ଡି.ଏନ.ଏ.): ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡା ଗ୍ରାମରେ ଗୁରୁବାର ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ଅଗ୍ନିକାଣ୍ଡ ଘଟି ସୁନିଲ ପାଣିଗ୍ରାହୀଙ୍କ ମିଠା ଦୋକାନ ଜଳିଯାଇଛି। ଦୋକାନରେ ମିଠା ପ୍ରସ୍ତୁତ ଚାଲିଥିବାବେଳେ ଅସାବଧାନତା କାରଣରୁ ଚୁଲାରୁ ନିଆଁ ବ୍ୟାପି ଚାଳ ଛପର ଦୋକାନ ଘରଟି ଜଳିଯାଇଥିଲା। ପ୍ରାୟ ୫୦ ହଜାର ଟଙ୍କା ମୂଲ୍ୟର ଆସବାବପତ୍ର, ଅଟା, ସୁଜି, ରନ୍ଧା ତେଲ ଭସ୍ମୀଭୂତ ହୋଇଯାଇଥିବା ଜଣାପଡିଛି। ଦିଗପହଣ୍ଡି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ଫଳରେ ପ୍ରାୟ ୭୫ ହଜାର ଟଙ୍କା ମୂଲ୍ୟର ରାଶନ ସାମଗ୍ରୀ ଉଦ୍ଧାର ହୋଇପାରିଥିଲା।