ମିଛ ଆଶ୍ୱାସନା

ଆକାର ପଟେଲ
ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରିମାସୀରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପୁଣି ୪.୭ ପ୍ରତିଶତକୁ କମିଯାଇଛି। ଗତ ଛଅବର୍ଷ ଭିତରେ ଏହା ସବୁଠାରୁ କମ୍‌। କିନ୍ତୁ ଆମ ଅର୍ଥନୀତି ବେଶି ଖରାପ ହୋଇଯାଇ ନାହିଁ ଭାବି ଅର୍ଥମନ୍ତ୍ରୀ ଆଶ୍ୱସ୍ତ ଅଛନ୍ତି। ତାଙ୍କ ଅମଲାତନ୍ତ୍ରୀମାନେ ଏହାକୁ ‘ବଟମିଙ୍ଗ୍‌ ଆଉଟ୍‌’ ବୋଲି କହି ମିଛ ଆଶ୍ୱାସନା ଦେଇଛନ୍ତି। ଅର୍ଥାତ୍‌ ଏହା ଆଉ ଖରାପ ହେବ ନାହିଁ ଏବଂ ଏଇଠୁ ଉପରକୁ ଉଠିବ। କିନ୍ତୁ ଏହା ସତ ନୁହେଁ। ମୋଦି ସରକାର ଏ ବାବଦରେ ତଥ୍ୟ ପ୍ରକାଶ କରିବା ଅବସରରେ ପୂର୍ବ ତ୍ରିମାସୀଗୁଡ଼ିକର ତଥ୍ୟରେ ସଂଶୋଧନ କରିଛନ୍ତି। ଅର୍ଥାତ୍‌ ୨୦୧୯-୨୦ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରିମାସୀରେ ଘୋଷିତ ୪.୫୫ ପ୍ରତିଶତକୁ ୫.୧ ପ୍ରତିଶତ ଭାବେ ଏବଂ ପ୍ରଥମ ତ୍ରିମାସୀରେ ଘୋଷିତ ୫ ପ୍ରତିଶତକୁ ୫.୬ ପ୍ରତିଶତ ଭାବେ ସଂଶୋଧନ କରିଛନ୍ତି। ସୁତରାଂ ଜାନୁୟାରୀ-ମାର୍ଚ୍ଚ ୨୦୧୮ରୁ ଏ ପର୍ଯ୍ୟନ୍ତ ୮ଟି ତ୍ରିମାସୀରେ ଅଭିବୃଦ୍ଧି ହାର ଯଥାକ୍ରମେ ୮.୧%, ୭.୯%, ୭%, ୬.୫%, ୫.୮%, ୫.୬%, ୫.୧% ଓ ବର୍ତ୍ତମାନ ୪.୭% ହୋଇଛି ବୋଲି ସରକାର ଘୋଷଣା କରିଛନ୍ତି। କ୍ରମାଗତ ଭାବେ ଗତ ୮ଟି ତ୍ରିମାସୀରେ ଅଭିବୃଦ୍ଧି ହାର କମିବାରେ ଲାଗିଛି। ଏହାପରେ ଆଉ କମିବ ନାହିଁ ବୋଲି କିଏ କହିପାରିବ? ଆମେ ଯଦି ବି ଉକ୍ତ ସରକାରୀ ତଥ୍ୟକୁ ଠିକ୍‌ ବୋଲି ମାନିନେଉ, ତଥାପି ଏଥିରେ କେବଳ କମିବାର ଦୃଶ୍ୟ ହିଁ ଦେଖିବାକୁ ମିଳୁଛି। ସରକାର କହୁଛନ୍ତି ୨୦୧୯-୨୦ ଆର୍ଥିକ ବର୍ଷର ହାରାହାରି ଅଭିବୃଦ୍ଧି ୫ ପ୍ରତିଶତ ହେବ। ଭାରତରେ ବିଶ୍ୱସନୀୟ ଭାବେ ଔପଚାରିକ କ୍ଷେତ୍ର ବାହାରେ ତଥ୍ୟ ସଂଗ୍ରହ କରିବା କଷ୍ଟକର। ପୁନଶ୍ଚ ଗତବର୍ଷରେ ଔପଚାରିକ କ୍ଷେତ୍ର ପ୍ରବଳଭାବେ କ୍ଷତିଗ୍ରସ୍ତ ହୋଇଛି। ଦୁଇଟି କ୍ରମିକ ତ୍ରିମାସୀରେ ଉଭୟ ବିକ୍ରୟ ଓ ଲାଭ କ୍ଷେତ୍ରରେ ବିଯୁକ୍ତାତ୍ମକ ଅଭିବୃଦ୍ଧି ଘଟିଛି। ଭାରତୀୟ ଅର୍ଥନୀତି ପର୍ଯ୍ୟବେକ୍ଷଣ କେନ୍ଦ୍ରର କହିବା ଅନୁସାରେ, ୨୦୧୯-୨୦ର ଅକ୍ଟୋବର-ଡିସେମ୍ବର ତ୍ରିମାସୀରେ କର୍ପୋରେଟ୍‌ ବିକ୍ରୟ ୧.୨% ହ୍ରାସ ପାଇଛି (ପୂର୍ବ ତ୍ରିମାସୀରେ ତାହା ୨.୮% ହ୍ରାସ ପାଇଥିଲା) ଏବଂ ଟିକସ ପ୍ରଦାନ ପୂର୍ବର ଲାଭ ୧୦ ପ୍ରତିଶତ ହ୍ରାସ ପାଇଛି (ପୂର୍ବ ତ୍ରିମାସୀରେ ତାହା ୬୦% ହ୍ରାସ ପାଇଥିଲା)। ଏଥିରୁ ବଟମିଙ୍ଗ୍‌ ଆଉଟ୍‌ ବା ଏଇଠୁ ଉପରକୁ ଉଠିବାର ସୂଚନା ମିଳୁନାହିଁ। ପୂର୍ବବର୍ଷ ତୁଳନାରେ ପୁଞ୍ଜିନିବେଶ ୫.୨ ପ୍ରତିଶତ ହ୍ରାସ ପାଇଛି। ପୂର୍ବ ତ୍ରିମାସୀରେ ତାହା ୪.୨ ପ୍ରତିଶତ ହ୍ରାସ ପାଇଥିଲା, ଅର୍ଥାତ୍‌ ଏବେ ଆହୁରି କମିଛି। ସରକାର ଆଶା କରୁଛନ୍ତି ପୂରା ବର୍ଷ ପାଇଁ ଏହା ବିଯୁକ୍ତାତ୍ମକ ରହିବ, ଅର୍ଥାତ୍‌ ପୂର୍ବବର୍ଷ ତୁଳନାରେ କମ୍‌ ପୁଞ୍ଜିନିବେଶ ହେବ।
ଚାଇନାର ଜଣେ ନେତା ଲି କେକ୍ୱିଆଙ୍ଗ୍‌ ଅଭିବୃଦ୍ଧି ଆକଳନ କରିବା ପାଇଁ ଏକ ପଦ୍ଧତିର ବିକାଶ କରିଛନ୍ତି। ଏଥିପାଇଁ ସେ ରେଳଗାଡ଼ିରେ ପରିବହନ ହେଉଥିବା ସାମଗ୍ରୀର ପରିମାଣ, ବ୍ୟାଙ୍କ ଋଣ ଓ ବିଜୁଳିଶକ୍ତିର ବ୍ୟବହାର ଉପରେ ମିଳୁଥିବା ନିର୍ଭରଯୋଗ୍ୟ ତଥ୍ୟ ଉପରେ ଭରସା କରିଥାନ୍ତି। ଏ ତିନୋଟି କ୍ଷେତ୍ରରେ ଭାରତ ବିଯୁକ୍ତାତ୍ମକ ରହିଛି। ନିର୍ମାଣ କ୍ଷେତ୍ର ପୁନରପି ସଂକୁଚିତ ହୋଇଯାଇଛି। ଏହା ଆଶ୍ଚର୍ଯ୍ୟଜନକ କାରଣ ମୋଦି ନିଜେ ମେକ୍‌ ଇନ୍‌ ଇଣ୍ଡିଆ ଯୋଜନା ଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେଉଛନ୍ତି। ତାଙ୍କର ଏହି ଯୋଜନା କେବଳ ବିଫଳ ହୋଇନାହିଁ ବରଂ ଜିଡିପିରେ ନିର୍ମାଣ କ୍ଷେତ୍ରର ଅଂଶ ହ୍ରାସ ପାଇଛି। ବେକାରି ଏବେ ୮% ରହିଛି ଏବଂ ଦୀର୍ଘଦିନ ହେଲା ଏହା ତା’ରି ପାଖାପାଖି ରହିଆସିଛି। ଏ କ୍ଷେତ୍ରରେ ସରକାର ତାଙ୍କ ତଥ୍ୟ ପ୍ରକାଶ କରୁନାହାନ୍ତି କାରଣ ଗତ ପାଞ୍ଚ ଦଶନ୍ଧି ଭିତରେ ଏହା ସର୍ବନିମ୍ନ ହୋଇଥିବାରୁ ଏହାଦ୍ୱାରା ସରକାରଙ୍କ ବିଫଳତା ପ୍ରମାଣିତ ହେବ।
ସରକାର ନିଜର ସଂଗୃହୀତ ତଥ୍ୟ ପ୍ରକାଶ କରୁ ନ ଥିବା ବେଳେ ଘର ଘର ବୁଲି ତଥ୍ୟ ସଂଗ୍ରହ କରିବାରେ ନୂଆ ସମସ୍ୟା ଉଭା ହୋଇଛି। ଚଳିତ ମାସରେ ହାଇଦ୍ରାବାଦରେ ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟର ତଥ୍ୟ ସଂଗ୍ରହକାରୀମାନେ ଲୋକେ ଗମନାଗମନରେ କେତେ ଖର୍ଚ୍ଚ କରନ୍ତି ଜାଣିବା ପାଇଁ ଯାଇଥିବା ବେଳେ ବିରୋଧର ସମ୍ମୁଖୀନ ହୋଇ କାର୍ଯ୍ୟ ବନ୍ଦ କରିଦେଇଛନ୍ତି। ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆର୍‌ସି) ସହ ଏହାର ସମ୍ବନ୍ଧ ଅଛି ବୋଲି ସନ୍ଦେହ କରି ଲୋକେ ତଥ୍ୟ ଦେବାକୁ ମନା କରିଦେଇଥିଲେ। ଯଥାସମୟରେ ସର୍ଭେ ରିପୋର୍ଟ ଦେଇହେବ ନାହିଁ ଏବଂ ଦେବା ମୋଟେ ସମ୍ଭବ ନ ହୋଇପାରେ ବୋଲି ହାଇଦ୍ରାବାଦରେ ଏନ୍‌ଏସ୍‌ଏସ୍‌ଓ ଯୁଗ୍ମ ନିର୍ଦ୍ଦେଶକ କହିଛନ୍ତି। ଏହା ହେଉଛି ଏବେ ଦେଶର ଅବସ୍ଥା। ବିନା ତଥ୍ୟରେ ସରକାର କିଛି କରିପାରିବେ ନାହିଁ।
ଭାଜପା ସରକାର କେବଳ ବିଭାଜନକାରୀ ରାଜନୀତି ଉପରେ ଗୁରୁତ୍ୱ ଦେଇ ଦେଶର ଆର୍ଥିକ ଅଭିବୃଦ୍ଧି କିପରି ବଢ଼ିବ ତା’ ଉପରେ ଆଦୌ ଗୁରୁତ୍ୱ ଦେଉନାହାନ୍ତି। ଦିଲ୍ଲୀ ହିଂସା ଘଟଣା ବିଶ୍ୱ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଦେଶର ସମ୍ମାନରେ ଆଞ୍ଚ ଆସିଛି। କରୋନା ଭାଇରସ୍‌କୁ ନେଇ ବିଶ୍ୱ ଅର୍ଥନୀତି ବେଶ୍‌ ପ୍ରଭାବିତ ହୋଇଛି। ଚାରି ସପ୍ତାହ ପରେ ଜାତୀୟ ଜନସଂଖ୍ୟା ପଞ୍ଜିକା ପାଇଁ ତଥ୍ୟ ସଂଗ୍ରହ ଆରମ୍ଭ ହେବ। କିନ୍ତୁ ଭାଜପା-ନିୟନ୍ତ୍ରିତ ବିହାର ସମେତ ଅନେକ ରାଜ୍ୟ ମୋଦି ସରକାରଙ୍କ ଏନ୍‌ପିଆର୍‌ ଯୋଜନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପୁନଶ୍ଚ ତଥ୍ୟ ସଂଗ୍ରହକାରୀମାନଙ୍କୁ ବିଭିନ୍ନ ସ୍ଥାନରେ ହାଇଦ୍ରାବାଦ ଭଳି ବିରୋଧର ସମ୍ମୁଖୀନ ହେବାକୁ ପଡ଼ିପାରେ। ଅର୍ଥନୈତିକ ଓ ସାମାଜିକ ଦୃଷ୍ଟିରୁ ଭାରତ ଏବେ ଅତ୍ୟନ୍ତ ଖରାପ ସ୍ଥିତିରେ ଅଛି। ତେଣୁ ସରକାର ଏ ସବୁ ଉପରେ ଦୃଷ୍ଟି ଦେଇ ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri