Categories: ଜାତୀୟ

ମିଗ୍‌- ୨୯କେ ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ

ପଣଜି,୧୬।୧୧: ଗୋଆରେ ପ୍ରଶିକ୍ଷଣ ରତ ମିଗ୍‌- ୨୯କେ ଯୁଦ୍ଧ ବିମାନ ଶନିବାର ସକାଳେ ଦୁର୍ଘଟଣା ଗ୍ରସ୍ତ ହାଇଛି। ପ୍ରଶିକ୍ଷଣ ପାଇଁ ଉଡାଣ ଆରମ୍ଭ କରିବା ସମୟରେ ଏହା ଦୁର୍ଘଟଣାର ଶିକାର ହୋଇଥିଲା। ଏଥିରେ ଥିବା ୨ ଜଣ ଯାକ ପାଇଲଟ ସୁରକ୍ଷିତ ଭାବେ ବାହାରି ଆସିଥିବା ଜଣାପଡିଛି। ଦୁର୍ଘଟଣାରେ ବିମାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା କୁହାଯାଉଛି। ଉକ୍ତ ଯୁଦ୍ଧ ବିମାନଟି କେବଳ ପ୍ରଶିକ୍ଷଣ ପାଇଁ ବ୍ୟବହାର କରାଯାଉଥିବା ସୂଚନା ମିଳିଛି।

Share