ମିଖାଇଲ୍‌ ମିଶୁଷ୍ଟିନ୍‌ ରୁଷିଆ ପ୍ରଧାନମନ୍ତ୍ରୀ

ମସ୍କୋ,୧୭।୧:ରୁଷିଆର ନୂଆ ପ୍ରଧାନମନ୍ତ୍ରୀ ଭାବେ ମିଖାଇଲ୍‌ ମିଶୁଷ୍ଟିନ୍‌ଙ୍କ ନାମକୁ ଗୁରୁବାର ପାର୍ଲାମେଣ୍ଟ (ଡୁମା) ଅନୁମୋଦନ କରିଛି। ପ୍ରଧାନମନ୍ତ୍ରୀ ପଦ ପାଇଁ ଏହି ୫୩ ବର୍ଷୀୟ ଟିକସ ସେବା ଅଧିକାରୀଙ୍କ ନାଁ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ସୁପାରିସ କରିଥିଲେ। ବୁଧବାର ପ୍ରଧାନମନ୍ତ୍ରୀ ଡିମିଟ୍ରି ମେଡ୍‌ଭେଡେଭ୍‌ଙ୍କ ନେତୃତ୍ୱରେ ରୁଷିଆ କ୍ୟାବିନେଟ ଇସ୍ତଫା ଦେଇଥିଲା। ରାଷ୍ଟ୍ରପତି ପୁଟିନ ସମ୍ବିଧାନରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। କାର୍ଯ୍ୟକାଳ ଶେଷ ହେବା ପରେ ପୁନର୍ବାର କ୍ଷମତାରେ ରହିବା ଲାଗି ସେ ଯୋଜନା କରିଥିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।
ପାର୍ଲାମେଣ୍ଟର ନିମ୍ନ ସଦନରେ ୪୨୪ ଭୋଟରୁ ମିଖାଇଲଙ୍କ ସପକ୍ଷରେ ୩୮୩ ଭୋଟ ମିଳିଥିଲା। ୪୧ ସଦସ୍ୟ ଭୋଟଦାନରୁ ବିରତ ରହିଥିଲେ। ପରେ ରାଷ୍ଟ୍ରପତି ତାଙ୍କ ନିଯୁକ୍ତିପତ୍ରରେ ସ୍ବାକ୍ଷର କରିଥିଲେ। ଦେଶରେ ମୁଦ୍ରାସ୍ଫୀତିକୁ ୪ ପ୍ରତିଶତ ମଧ୍ୟରେ ରଖିବେ ବୋଲି ନୂଆ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଭଲ ପାଇଁ ରୁଷିଆବାସୀ ନିଶ୍ଚୟ ବାସ୍ତବ ପରିବର୍ତ୍ତନକୁ ଅନୁଭବ କରିବେ ବୋଲି ସେ କହିଛନ୍ତି। ଟିକସ ସେବା ବିଭାଗରେ ଦୀର୍ଘଦିନ ଧରି କାର୍ଯ୍ୟ କରିଆସିଥିବା ମିଶୁଷ୍ଟିନ୍‌ଙ୍କର ରାଜନୈତିକ ଅଭିଳାଷ ନ ଥିଲା। ସେ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି କେବେ ଚିନ୍ତା କରି ନ ଥିଲେ। ପୁଟିନଙ୍କ ପ୍ରସ୍ତାବିତ ସାମ୍ବିଧାନିକ ପରିବର୍ତ୍ତନ ତାଙ୍କୁ ୨୦୨୪ ପରେ ମଧ୍ୟ କ୍ଷମତାରେ ରହିବାକୁ ସୁଯୋଗ ଦେଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

ପ୍ରେମ, ପ୍ରତାରଣା ମାମଲା: ଆସିଷ୍ଟାଣ୍ଟ ଲେବର ଅଫିସର ଗିରଫ

ଭୁବନେଶ୍ୱର,୧୮।୨(ତ୍ରିନାଥ ମହାନ୍ତି):ପ୍ରେମ ଓ ପ୍ରତାରଣା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ବଲାଙ୍ଗୀରରେ କାର୍ଯ୍ୟରତ ଜଣେ ଆସିଷ୍ଟାଣ୍ଟ ଲେବର ଅଫିସରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ର…

ଠାକୁରାଣୀ ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି: ବିଧାୟକ,ଉପଜିଲାପାଳଙ୍କ ନୂଆ ହେବ ଅନୁଭୂତି

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହେବ। ଏନେଇ ସମସ୍ତ ବିଭାଗ…

ରେଙ୍ଗାଲି ଜଳଭଣ୍ଡାରରେ ହାତୀ ଛୁଆର ମୃତ୍ୟୁ

ଦେବଗଡ, ୧୮।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ରେଞ୍ଜର ଠିଆନାଲ ସେକ୍ସନ ଅନ୍ତର୍ଗତ ରେଙ୍ଗାଲି ଜଳଭଣ୍ଡାର (କୁଲସରା ଗ୍ରାମ ନିକଟରେ) ନିକଟରେ ବୁଧବାର ଏକ ବର୍ଷ…

ଶାଶୁଙ୍କ ମୃତ୍ୟୁଖବର ଶୁଣି ଚାଲିଗଲା ବୋହୂଙ୍କ ଜୀବନ

ନୀଳଗିରି,୧୮।୨(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଶାଶୁଙ୍କ ମୃତ୍ୟୁ ଖବର ଶୁଣି ବୋହୂ ଆଖି ବୁଜିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ…

୯୮ କେନ୍ଦ୍ରରେ ହେବ ମାଟ୍ରିକ୍‌ ପରୀକ୍ଷା: ଏଥର ପରୀକ୍ଷା ଦେବେ ୧୭,୯୬୭ ଛାତ୍ରୀଛାତ୍ର

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ):ଆସନ୍ତା ୧୯ତାରିଖରୁ ହାଇସ୍କୁଲ ସାର୍ଟିଫିକେଟ୍‌(ମାଟ୍ରିକ) ପରୀକ୍ଷା ଆରମ୍ଭ ହେବ। ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ପ୍ରତ୍ୟେକ ଦିନ ଗୋଟିଏ ବିଷୟରେ ପରୀକ୍ଷା ହେବ।…

୫ ମିନିଟ୍‌ ବ୍ୟବଧାନ, ଗୋଟିଏ ଗାଡ଼ିରେ ୨ ମିଲକୁ ଯାଇଛି ଧାନ: ପଦାରେ ପଡ଼ିଲା ଧାନ କିଣାବିକା ଫଲ୍ସଏଣ୍ଟ୍ରି

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନ କିଣାବିକା ସମସ୍ୟା ନୂଆ ନୁହେଁ। ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ଏହି ଜିଲାରେ ଏହା ସାଧାରଣରେ ପରିଣତ ହୋଇଛି। ମିଲର୍ସଙ୍କ ଇଚ୍ଛାରେ ଧାନକିଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri