ମା’ ହେଲେ ଶିଖା

ବମ୍ବେ: ମା’ ହେଲେ କୁମ୍‌କୁମ୍‌ ଫେମ୍‌ ଅଭିନେତ୍ରୀ ଶିଖା ସିଂହ। କନ୍ୟା ସନ୍ତାନକୁ ଜନ୍ମ ଦେଇଥିବାରୁ ଶିଖା ବହୁତ ଖୁସି ଅଛନ୍ତି। ଏପ୍ରିଲ ୨୨ରେ ସେ ଗର୍ଭବତୀ ଥିବା ପ୍ରଶଂସକଙ୍କୁ ଜଣାଇଥିଲେ। ଏହି ସମୟରେ ନିଜର ଏବଂ ସ୍ବାମୀ କରଣ ଶାହଙ୍କ ଅନେକ ଫଟୋ ସେ ପୋଷ୍ଟ କରିଥିଲେ।

ଶିଖା-କରଣ ନିଜ ଝିଅର ନାମ ଅଲାୟନା ସିଂହ ରଖିଛନ୍ତି। ଉଭୟ ଏହି ନାମ ମାଲଦ୍ୱିପରେ ବିତାଇଥିବା ବେବିମୁନ୍‌ ଟ୍ରିପ୍‌ ସମୟରେ ଭାବିଥିଲେ। ଏହା ଜଣାପଡ଼ିବା ପରେ ଶିଖାଙ୍କୁ ବନ୍ଧୁମାନେ ଶୁଭେଚ୍ଛା ଜଣାଉଥିବା ଦେଖାଯାଉଛି। ଏବେ ସମସ୍ତେ ଝିଅର ଝଲକ୍‌ ଦେଖିବାକୁ ଇଚ୍ଛା ପ୍ରକାଶ କରୁଥିବା ପ୍ରକାଶ କରୁଛନ୍ତି।

Share