ମା’ ହେବାକୁ ଯାଉଛନ୍ତି ଦୀପିକା !

ମୁମ୍ବାଇ: ମା’ ହେବାକୁ ଯାଉଛନ୍ତି ବଲିଉଡ୍‌ ଡିଭା ଦୀପିକା ପାଦ୍ୟୁକୋନ। କଥାଟି ଆମେ କହୁନାହୁଁ, ବରଂ ଏବେ ଏପରି କିଛି ଚର୍ଚ୍ଚା ହେଉଛି।

ନିକଟରେ ରଣବୀର ସିଂହ ନିଜର ଇନ୍‌ଷ୍ଟା ଆକାଉଣ୍ଟରେ ଏକ ଲାଇଭ୍‌ ସେଶନ୍‌ ରଖିଥିଲେ। ଏଥିରେ ପ୍ରଶଂସକଙ୍କ ସହ ଦୀପିକା ମଧ୍ୟ କମେଣ୍ଟ ଦେଇ ‘ହାଏ ଡାଡି’ ବୋଲି କହିଥିଲେ। ଏହାପରେ ଅର୍ଜୁନ କପୁର କମେଣ୍ଟରେ ‘ବାବା.. ଭାଉଜ ତୁମକୁ ଏହି ଉପହାର ଦେବେ’ ବୋଲି କହିଥିଲେ। ଏଭଳି କିିଛି କମେଣ୍ଟ ପରେ ଦୀପିକା ମା’ ହେବାକୁ ଯାଉଥିବା ନେଇ ପ୍ରଶଂସକଙ୍କ ମହଲରେ ଚର୍ଚ୍ଚା ହେବାରେ ଲାଗିଛି।

ଚଳିତ ବର୍ଷ କାନ୍ସ ଉତ୍ସବରେ ଉଠାଯାଇଥିବା ଏକ ଫଟୋରୁ ଦୀପିକା ଗର୍ଭବତୀ ଥିବା ନେଇ କୁହାଯାଉଥିଲା। ଏବେ ଦୀପିକାଙ୍କ ଏଭଳି କମେଣ୍ଟ ପଛରେ କ’ଣ ସତ୍ୟତା ରହିଛି ତାହା ଆଗାମୀ ଦିନରେ ଜଣାପଡ଼ିବ।

Share