Categories: ଖେଳ

ମା’ ହେବାକୁ ଯାଉଛନ୍ତି ଏହି ଭାରତୀୟ ଖେଳାଳି

ଭାରତର ଷ୍ଟାର କୁସ୍ତି ଖେଳାଳି ଗୀତା ଫୋଗଟ୍‌ ଖୁବଶିଘ୍ର ମା’ ହେବାକୁ ଯାଉଛନ୍ତି। ଏହି ଖୁସି ଖବର ସେ ନିଜ ଫ୍ୟାନମାନଙ୍କ ସହ ଶେୟାର୍‌ କରିଛନ୍ତି। ଏହାସହ ସେ ସୋସିଆଲ୍‌ ମିଡିଆରେ ଏକ ଭାବପ୍ରବଣ ମେସେଜ୍‌ ମଧ୍ୟ ଲେଖିଛନ୍ତି। ଯେତେବେଳେ ପେଟ ଭିତରେ ଏକ ଜୀବନ ବଢିବାକୁ ଲାଗେ, ସେତେବେଳେ ମା’ ହେବାର ଖୁସିକୁ ବୟାନ କରିବା ପାଇଁ ଶବ୍ଦ ନ ଥାଏ ବୋଲି ସେ କହିଛନ୍ତି। ଗତ କିଛିଦିନ ହେବ ଖେଳରୁ ଦୂରେଇ ରହିଛନ୍ତି ଗୀତା। ସୂଚନାଯୋଗ୍ୟ, ୨୦୦୯ କମନଓ୍ବେଲ୍‌ଥ ଗେମ୍ସ ଏବଂ ୨୦୧୧ କମନଓ୍ବେଲ୍ଥ ଚାମ୍ପଅନଶିପ୍‌ରେ ଗୀତା ଫୋଗାଟ ସ୍ବର୍ଣ୍ଣ ପଦକ ଜିତିଥିଲେ।

Share