ମା’ ଶ୍ରୀଦେବୀଙ୍କ ପରି ଶାଢ଼ିରେ ସୁନ୍ଦର ଦିଶୁଛନ୍ତି ଜାହ୍ନବୀ

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ଫ୍ୟାନ୍‌ମାନଙ୍କ ନିକଟତର ହେବାକୁ ପ୍ରତିଦିନ କିଛି ନା କିଛି ଫଟୋ ଶେୟାର କରୁଛନ୍ତି। ରବିବାର ଜାହ୍ନବୀ ଶାଢ଼ି ପିନ୍ଧିଥିବା କିଛି ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଫ୍ୟାନ୍‌ମାନେ ତାଙ୍କର ଏହି ଲୁକ୍‌ ଦେଖି ମା’ ଶ୍ରୀଦେବୀଙ୍କୁ ମନେ ପକାଇଛନ୍ତି। ଏକ ଗୋଲାପୀ ରଙ୍ଗର ଶାଢ଼ି ପିନ୍ଧି ସେ ଖୁବ୍‌ ସୁନ୍ଦର ଦିଶୁଛନ୍ତି। ଜଣେ ୟୁଜର ଲେଖିଛନ୍ତି , ମା’ ଶ୍ରୀଦେବୀଙ୍କଠାରୁ ଶାଢ଼ିରେ ଆପଣ ବହୁତ ସୁନ୍ଦର ଦେଖାଯାଉଛନ୍ତି।

କହିରଖୁଛୁ, ୨୦୧୮ ଜୁଲାଇ ୨୦ରେ ଫିଲ୍ମ ‘ଧଡ଼କ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଜାହ୍ନବୀ। ଏଥିରେ ତାଙ୍କ ସହିତ ଶାହିଦ କପୁର ମଧ୍ୟ ଥିଲେ। ଫିଲ୍ମଟି ବକ୍ସ ଅଫିସରେ କମାଲ ଦେଖାଇ ପାରିଲାନି ସତ କିନ୍ତୁ ଦର୍ଶକଙ୍କ ହୃଦୟ ଜିତିଗଲେ ଜାହ୍ନବୀ। ଧଡ଼କ ପରଠାରୁ ତାଙ୍କୁ କୌଣସି ଫିଲ୍ମରେ ଦେଖିବାକୁ ମିିଳିନାହିଁ। ୨୦୨୦ରେ ଓ୍ବେବ୍‌ ସିରିଜ୍‌ ଘୋଷ୍ଟରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏହା ମଧ୍ୟ ଫ୍ଲପ୍‌ ହୋଇଥିଲା। ବର୍ତ୍ତମାନ ଜାହ୍ନବୀଙ୍କ ହାତରେ କୌଣସି ଫିଲ୍ମ ନାହିଁ। ୨୦୨୧ରେ ଗୁଞ୍ଜନ ସାକ୍‌ସେନାଙ୍କ ବାୟୋପିକ୍‌ ଫିଲ୍ମରେ ସେ ନଜର ଆସିବେ। ଏହା ବ୍ୟତୀତ ରାଜକୁମାର ରାଓଙ୍କ ସହିତ ଏକ ଫିଲ୍ମରେ ଅଭିନୟ କରିବେ ବୋଲି ଶୁଣିବାକୁ ମିଳୁଛି।

Share