ମା’ ଶ୍ରୀଦେବୀଙ୍କ ‘ଚାନ୍ଦନୀ’ ଲୁକ୍‌ କପି କଲେ ଜାହ୍ନବୀ

ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ ଆଜିକାଲି ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି। କେବେ ଛୋଟ ଡ୍ରେସ ପିନ୍ଧିବା ନେଇ ତ ଆଉ କେବେ ନିଜର ଫିଟ୍‌ନେସକୁ ନେଇ। ଏବେ ମୁମ୍ବାଇ ଏୟାରପୋର୍ଟରେ ଜାହ୍ନବୀଙ୍କୁ ସ୍ପଟ୍‌ କରାଯାଇଛି। ତାଙ୍କ ଚେହେରା ଦେଖି ଯେ କେହି ଶ୍ରୀଦେବୀଙ୍କୁ ମନେ ପକାଇବ। ରବିବାର ସନ୍ଧ୍ୟାରେ ଜାହ୍ନବୀଙ୍କୁ ମାୟାନଗରୀର ଡୋମେଷ୍ଟିକ୍‌ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ଏକ ଧଳା ରଙ୍ଗର ଡ୍ରେସ୍‌ ପିନ୍ଧି ଜାହ୍ନବୀ ଅବିକଳ ଶ୍ରୀଦେବୀଙ୍କ ପରି ଦିଶୁଥିଲେ। ସତେ ଯେମିତି ମାଆଙ୍କର ଚାନ୍ଦନୀ ଲୁକ୍‌ କପି କରିିଛନ୍ତି। ଏହି ଫଟୋକୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି। ଏବେ ଜାହ୍ନବୀ ଉତ୍ତରପ୍ରଦେଶରେ ଛୁଟି କାଟୁଛନ୍ତି। କିଛିଦିନ ପରେ ରାଜକୁମାର ରାଓ ଏବଂ ବରୁଣ ଶର୍ମା ଷ୍ଟାରର ଫିଲ୍ମ‘ ରୁହି ଆଫ୍‌ଜା’ରେ କାମ ଆରମ୍ଭ କରିବେ। ଏହି ଫିଲ୍ମକୁ ଦିନେଶ ଭିଜନ ନିର୍ମାଣ କରିଥିବାବେଳେ ଏଥିରେ ଜାହ୍ନବୀ ଡବଲ ରୋଲରେ ନଜର ଆସିବେ। ଗୋଟିଏ ରୁହି ଏବଂ ଅନ୍ୟଟି ଅପସାନା ଭୂମିକା। ଏହି ଫିଲ୍ମ ପୂର୍ବରୁ ସେ ଗୁଞ୍ଜନ ସାକ୍‌ସେନାଙ୍କ ବାୟୋପିକ୍‌ରେ କାମ କରିଥିଲେ।

Share