ମା’ ମାଗିଲେ ଗାଡ଼ି, କାର୍ତ୍ତିକ ଦେଲେ ଦାଢ଼ି: ଦେଖନ୍ତୁ ଭିଡିଓ

ମୁମ୍ବାଇ: ବଲିଉଡ୍‌ ନାୟକ କାର୍ତ୍ତିକ ଆର୍ଯ୍ୟନଙ୍କ ଦାଢିକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ଚାଲିଛି। ଦେଶରେ ଲକ୍‌ଡାଉନ୍‌ ଚାଲିବା ପରଠାରୁ କାର୍ତ୍ତିକ ତାଙ୍କ ଦାଢ଼ି କାଟି ନ ଥିବା କୁହାଯାଏ। ହେଲେ ତାଙ୍କର ଏହି ଦାଢ଼ି କାର୍ତ୍ତିକଙ୍କ ମା’ଙ୍କୁ ଆଦୌ ପସନ୍ଦ ନୁହେଁ। ଏହାକୁ ନେଇ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କାର୍ତ୍ତିକଙ୍କ ମା’ ଯାହା ସବୁ ମାଗୁଛନ୍ତି ସେ ଗୋଟିଏ ପରେ ଗୋଟିଏ ଦେଇ ଦେଉଛନ୍ତି। ଯେମିତି ମା’ ମାଗୁଛନ୍ତି ଫୁଲକୁଣ୍ଡ ଦିଅ କାର୍ତ୍ତିକ ଦେଉଛନ୍ତି, ଶାଢି ଦିଅ କାର୍ତ୍ତିକ ଶାଢି ଦେଉଛନ୍ତି। ହେଲେ ମା’ ଯେତେବେଳେ ଗାଡି ମାଗିଛନ୍ତି କାର୍ତ୍ତିକ ତାଙ୍କ ଦାଢ଼ି ଦେଇଦେଇଛନ୍ତି। ଏହାପରେ ସେ ତାଙ୍କର ଭୁଲ୍‌ ବୁଝିପାରିନ୍ତି। ଏମିତି ଏକ ଭିଡିଓକୁ ଦେଖି ତାଙ୍କ ପ୍ରଶଂସକମାନେ କମେଣ୍ଟ ମଧ୍ୟ କରିଛନ୍ତି। ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଯୋଗୁ ଘରେ ବନ୍ଦ ରହିଥିବା କାର୍ତ୍ତିକ ଖୁବ୍‌ ଆକ୍ଟିଭ ଅଛନ୍ତି। କରୋନା ଭାଇରସକୁ ନେଇ ଏବେ ତାଙ୍କର କିଛି ସଚେତନା ଭିଡିଓ ୟୁଟ୍ୟୁବରେ ମଧ୍ୟ ଦେଖିବାକୁ ମିଳୁଛି।

 

Share