ମା’ ନର୍ଗିସଙ୍କୁ ମନେପକାଇ କାନ୍ଦି ପକାଇଲେ ସଞ୍ଜୟ

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ଟ୍ୟାଲେଣ୍ଟେଡ୍‌ ନାୟିକା ଭାବେ ପରିଚିତ ସଞ୍ଜୟ ଦତ୍ତଙ୍କ ମା’ ନର୍ଗିସ ଦତ୍ତ। ଜୁନ୍‌ ପହିଲାରେ ଜନ୍ମ ନେଇଥିବା ନର୍ଗିସଙ୍କୁ ମନେ ପକାଇ ଶୁକ୍ରବାର ଏକ ପୁରୁଣା ଫଟୋ ଶେୟାର କରି ଭାବୁକ ହୋଇ ପଡିଛନ୍ତି ପୁଅ ସଞ୍ଜୟ। କେବଳ ସେତିକି ନୁହେଁ ବ୍ଲାକ୍‌ ଆଣ୍ଡ ଓ୍ବାଇଟ୍‌ ଫଟୋ ସହ ଏକ ବାର୍ତ୍ତା ମଧ୍ୟ ସେ ଶେୟାର କରିଛନ୍ତି। ସେ ଲେଖିଛନ୍ତି ଅତିତ ସବୁବେଳେ ଅଭୁଲା ବିଶେଷ କରି ମା’ଙ୍କ ସହ କଟାଇଥିବା ପ୍ରତିଟି ମୁହୂର୍ତ୍ତ ଅପାସୋରା। ଜୁନ୍‌ ୧, ୧୯୨୯ରେ ଜନ୍ମ ନେଇଥିବା ନର୍ଗିସ କ୍ୟାନସରରେ ପୀଡିତ ଥାଇ ୧୯୮୧ରେ ଦେହତ୍ୟାଗ କରିଥିଲେ।

Share