Categories: ଜାତୀୟ

ମା’ ଚାମୁଣ୍ଡାଙ୍କ ଆଖିରୁ ବାହାରୁଛି ଲୁହ: ଭକ୍ତଙ୍କ ଜମୁଛି ଭିଡ

ଭୋପାଳ,୨୯।୯: ମଧ୍ୟପ୍ରଦେଶରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି। ମଧ୍ୟପ୍ରଦେଶର ନିମଚ ଜିଲାର ବନ୍ୟା ପ୍ରଭାବିତ ଧାନମଣ୍ଡିରେ ଥିବା ମା’ ଚାମୁଣ୍ଡାଙ୍କ ଆଖିରୁ ଲୁହ ବାହାରୁଛି। ଏହାକୁ ଦେଖିବା ପାଇଁ ସେଠାରେ ପ୍ରବଳ ଭକ୍ତଙ୍କ ଭିଡ ଜମିଛି। କିଛି ଭକ୍ତ ମା’ଙ୍କ ଆଖିରେ ଲୁହ ଆସିବା ଦେଶ ପାଇଁ ବିପଦ ବୋଲି ମତ ଦେଉଛନ୍ତି। ଗତ କିଛିଦିନ ହେବା ଏଠାରେ ପ୍ରବଳ ବନ୍ୟା ସୃଷ୍ଟି ହୋଇଛି। ଅଧିକାଂଶ ଲୋକଙ୍କ ଘରେ ବନ୍ୟା ପାଣି ପଶିଯିବାରୁ ସେମାନେ ରିଲିଫ୍‌ ସେଣ୍ଟରରେ ବାସ କରୁଛନ୍ତି। ଏପରିସ୍ଥଳରେ ମା’ଙ୍କ ଆଖିରୁ ଲୁହ ବୋହିବା ସ୍ଥାନୀୟ ଅଞ୍ଚଳ ପାଇଁ ଆହୁରି ଅନିଷ୍ଠ ହେବାର ସୂଚନା ଦେଉଛି ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି। ସୂଚନାଯୋଗ୍ୟ, ଗତ ଶନିବାର ମା’ ଚାମୁଣ୍ଡାଙ୍କ ଆଖିରୁ ଲୁହ ବାହାରିଥିବା ପୂଜକମାନେ କହିଥିଲେ। ଏହାପରେ ସେଠାକୁ ଭକ୍ତଙ୍କ ସୁଅ ଛୁଟିଥିଲା। କିଛି ମହିଳା ଭଜନ କୀର୍ତ୍ତନ କରି ମନ୍ଦିରରେ ପହଞ୍ଚିଥିଲେ।

Share