ମା’ କନକଦୂର୍ଗାଙ୍କ ସିଂହବାହିନୀ ବେଶ ଅନୁଷ୍ଠିତ

କାକଟପୁର, ୫।୧୦(ଡି.ଏନ୍‌.ଏ.): ପୁରୀ ଜିଲା ତୁଳସୀପୁର ବ୍ରାହ୍ମଣ ଶାସନସ୍ଥିତ ମା’ କନକଦୂର୍ଗାଙ୍କର ଶାରଦୀୟ ପାର୍ବଣ ପୂଜା ପାରମ୍ପରିକ ପ୍ରଥାନୁସାରେ ଚାଲିଥିବା ବେଳେ ଶନିବାର ମହାଷ୍ଠମୀ ତିଥି ଅବସରରେ ମା’ଙ୍କୁ ସିଂହବାହିନୀ ବେଶରେ ସଜ୍ଜିତ କରାଯାଇଛି। ପୂଜକ ପୂର୍ଣ୍ଣଚନ୍ଦ୍ର ପାଣି, ଗଙ୍ଗାଧର ପାଣି ମା’ଙ୍କୁ ଏହି ବେଶରେ ସଜ୍ଜିତ କରିଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ମା’ଙ୍କ ନିକଟରେ ଚୁଡ଼ାଘଷା, କଦଳୀ, ଫଳମୂଳ ଆଦି ଭୋଗ ଲାଗି କରାଯାଇଥିଲା। ବିଳମ୍ବିତ ରାତିରେ ମା’ଙ୍କ ସମ୍ମୁଖରେ କୁଷ୍ମାଣ୍ଡ ବଳି ଦିଆଯିବ ବୋଲି ଗ୍ରାମବାସୀ ଗଜାନନ ତ୍ରିପାଠୀ କହିଛନ୍ତି। ମା’ କନକଦୂର୍ଗା ଅତୀତରେ ପ୍ରାଚୀ ଉପତ୍ୟକାର ଅମରପ୍ରସାଦ ଗଡ଼ର ଅଧିଷ୍ଠାତ୍ରୀ ଦେବୀ ଥିବା କୁହାଯାଏ।