ମାସ୍କ, ସାବୁନ ବାଣ୍ଟିଲେ ପୂର୍ବତନ ମନ୍ତ୍ରୀ

ଖଇରା,୨୧।୪(ଡି.ଏନ.ଏ.)-ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ପଦ୍ମଲୋଚନ ପଣ୍ଡା ଓ ତାଙ୍କ ପୁତ୍ର ତଥା ସତ୍ୟସାଇ ଗ୍ରୁପ ଅଫ ଇନଷ୍ଟିଚ୍ୟୁଶନର ନିର୍ଦ୍ଦେଶକ ଡ ବେଣୁମାଧବ ପଣ୍ଡା ଶନିବାର ଖଇରା ବ୍ଲକର ସୁଣ୍ଢିରା, ମହତୀପୁର, ଗୋବିନ୍ଦପୁର, ସାରୁଗାଁ ,ପଳସା ତଥା ନହଙ୍ଗ ପଞ୍ଚାୟତର ବିଭିନ୍ନ ବସ୍ତି ଓ ସାହି ଗସ୍ତ କରି ଅସହାୟ ଓ ଗରିବମାନଙ୍କୁ ମାସ୍କ ଓ ସାବୁନ ବଣ୍ଟନ କରିଛନ୍ତି ା ପୂର୍ବତନ ମନ୍ତ୍ରୀ ପଣ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦିଆଯାଇଥିବା ୭ଟି ପରାମର୍ଶ ପାଳନ କରି ଘରେ ରହିବାକୁ ଅନୁରୋଧ କରିଥିଲେ ା ଉକ୍ତ କାର୍ଯ୍ୟକ୍ରମରେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିରଞ୍ଜନ ବେହେରା, ଖଇରା ମଣ୍ଡଳ ସଭାପତି ରାଜେଶ ରାଉତ, ଶଙ୍କର୍ଷଣ ନାୟକ, ହରିଶ ପରିଡା, ଶରତ ନାୟକ, ଅଭୟ ମହାନ୍ତି, ରମାକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ା