ମାସ୍କ, ସାବୁନ ବଣ୍ଟନ

କେନ୍ଦୁଝର, ୧୮।୪(ସ୍ବ.ପ୍ର.)-ହରିଚନ୍ଦନପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କରୋନା ମହାମାରୀ ପାଇଁ ହରିଚନ୍ଦନପୁର ପ୍ରେସ କ୍ଲବ ପକ୍ଷରୁ ସାବୁନ, ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି। ବର୍ତ୍ତମାନ ସବୁଠି କରୋନା ମହାମାରୀର ଆତଙ୍କ ଖେଳିଯାଇଛି । ଏହାକୁ ଆଖି ଆଗରେ ରଖି ହରିଚନ୍ଦନପୁର ପ୍ରେସ କ୍ଲବ ପକ୍ଷରୁ ଅପହଞ୍ଚ ଆଦିବାସୀ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ହରିଚନ୍ଦନପୁର ପ୍ରେସ କ୍ଲବର ସଦସ୍ୟମାନେ ରେବଣାପଳାଶପାଳ ଗ୍ରାମ ପଞ୍ଚାୟତର ବୁଢିପଦା ଠାରେ ଥିବା ଆଦିବାସୀ ଶ୍ରେଣୀର ଲୋକମାନଙ୍କୁ ସାବୁନରେ ହାତ ଧୋଇବା ଠାରୁ ଆରମ୍ଭ କରି ଘରେ ରହିବା ସୁସ୍ଥ ରହିବା ପାଇଁ ସଚେତନ କରାଇଥିଲେ। ଏଥିସହ ସମସ୍ତ ପରିବାର ଲୋକମାନଙ୍କୁ ୫୦୦ରୁ ଊଦ୍ଧର୍‌ବ ମାସ୍କ ଓ ସାବୁନ ବଣ୍ଟନ କରିଥିବା ହରିଚନ୍ଦନପୁର ପ୍ରେସ କ୍ଲବର ସଭାପତି ପ୍ରଶାନ୍ତ ନାୟକ ସୂଚନା ଦେଇଛନ୍ତି ।