ମାସ୍କ, ସାନିଟାଇଜର ବାଣ୍ଟିଲେ ଏମ୍‌ପି

ଭଦ୍ରକ ଅଫିସ,୨୧।୪: ଭଦ୍ରକ ସହରର କାର୍ଯ୍ୟରତ ଖବରଦାତାଙ୍କୁ ଏମ୍‌ପି ମଞ୍ଜୁଲତା ମଣ୍ଡଳ ମାସ୍କ, ସାନିଟାଇଜର, ଗ୍ଳୋବ୍ସ ଓ ଟୋପି ବଣ୍ଟନ କରିଛନ୍ତି। ଜିଲା ଗ୍ରାମ୍ୟ ଉନୟନ କାର୍ଯ୍ୟାଳୟରେ ସାମାଜିକ ଦୂରତ୍ୱ ରଖଯାଇ ଏହି ବଣ୍ଟନ କରାଯାଇଥିଲା। ଏଥିସହ ଏମ୍‌ପି ଖବରଦାତାଙ୍କୁ କରୋନା ଯୋଦ୍ଧା ବୋଲି ସମ୍ବୋଧିତ କରିଥିବା ଜଣାପଡ଼ିଛି। ଏହି ଅବସରରେ ବିଧାୟକ ସଞ୍ଜୀବ କୁମାର ମଲିକ ଓ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ।