ମାସ୍କ ପିନ୍ଧି ଫଟୋ ଶେୟାର କଲେ ପ୍ରିୟଙ୍କା: ୟୁଜର୍ସ କହିଲେ ଶାଶୁ ଘରକୁ ପଳାଅ

ନୂଆଦିଲ୍ଲୀ,୪।୧୧: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ଦିଲ୍ଲୀରେ ନେଟଫ୍ଲିକ୍ସ ପ୍ରୋଜେକ୍ଟର ‘ଦ ହ୍ବାଇଟ୍‌ ଟାଇଗର’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏବେ ସେଠାରେ ପ୍ରଦୂଷଣର ମାତ୍ରାକୁ ନେଇ ଚିନ୍ତିତ ହୋଇ ପଡିଛନ୍ତି ଏହି ନାୟିକା। ଏହାକୁ ନେଇ ସେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ତାଙ୍କ ଅନୁଭୁତି ଶେୟାର କରିବା ପରେ ପରେ ଟ୍ରୋଲ ହୋଇଛନ୍ତି। ଅବଶ୍ୟ କେବଳ ପ୍ରିୟଙ୍କା ନୁହେଁ ଅନ୍ୟକେତେଜଣ ସେଲିବ୍ରିଟି ମଧ୍ୟ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ହେଲେ ଏବେ ଚର୍ଚ୍ଚାକୁ ଆସିଛନ୍ତି ପ୍ରିୟଙ୍କା। କାରଣ ପ୍ରିୟଙ୍କା ମାସ୍କ ପିନ୍ଧିବା ସହ ଚଷମା ଲଗାଇ ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଏହି ସହରରେ ଶୁଟିଂ କରିବା ଏବେ କଷ୍ଟକର ବ୍ୟାପାର ହୋଇଯାଇଛି। ହେଲେ ଲୋକମାନେ ଏଠାରେ କେମିତି ରହୁଛନ୍ତି ତାହା ମୁଁ ଚିନ୍ତା କରିପାରୁ ନାହିଁ। ଧନ୍ୟବାଦ କି ଆମମାନଙ୍କ ପାଖରେ ଏୟାର ପ୍ୟୁରିଫାୟାର ଓ ମାସ୍କ ଭଳି ସୁବିଧା ରହିଛି। ହେଲେ ଯେଉଁମାନଙ୍କ ପାଖରେ ଏହି ସବୁଧା ନାହିଁ ବା ଯେଉଁମାନଙ୍କର ଘର ନାହିଁ ସେମାନେ ସତର୍କ ରୁହନ୍ତୁ ବୋଲି ସେ ଲେଖିଛନ୍ତି। ଏହାପରେ ତାଙ୍କୁ କେତେଜଣ ସୋସିଆଲ ମିଡିଆ ୟୁଜର୍ସ ଟ୍ରୋଲ୍‌ କରିବା ଆରମ୍ଭ କରିଛନ୍ତି। କେତେଜଣ ୟୁଜର୍ସ ପ୍ରିୟଙ୍କାଙ୍କ ସ୍ମୋକିଂ ହାବିଟ୍‌କୁ ନେଇ ଲେଖିଛନ୍ତି, ଦୟାକରି ସ୍ମୋକିଂ ବନ୍ଦ କରନ୍ତୁ। କାରଣ ସ୍ବାମୀ ନିକ୍‌ଙ୍କ ସହ ଆପଣ ସିଗାରେଟ୍‌ ପିଉଥିବା ଆମେ ଅନେକ ଥର ଫଟୋରେ ଦେଖିଛୁ। ଆସ୍ଥମା ଉପରେ ଟିକେ ଧ୍ୟାନ ଦିଅନ୍ତୁ। ଅନ୍ୟଜଣେ ଲେଖିଛନ୍ତି ସିଗାର ଓ ସିଗାରେଟର ସ୍ବାଦ ତ ବହୁତ ଭଲ। ଅନ୍ୟଜଣେ ପ୍ରିୟଙ୍କାଙ୍କୁ ଟ୍ରୋଲ କରି ଲେଖିଛନ୍ତି, ଆପଣ ଆପଣଙ୍କ ଶାଶୁ ଘରକୁ ପଳାନ୍ତୁ।

Share