ମାସ୍କ ପିନ୍ଧି ନ ଥିବା ଲୋକଙ୍କ ଠାରୁ ୩୮୦୦ ଜରିମାନା ଆଦାୟ

ଆର.ଉଦୟଗିରି,୨୧ା୪(ଡି.ଏନ.ଏ.)- କରୋନା ଭୂତାଣୁକୁ ନେଇ ବିଭିନ୍ନ କଟକଣା ଜାରି କରାଯାଇଥିବାବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଗଜପତି ଜିଲାର ଆର୍‌.ଉଦୟଗିରି ଥାନା ଅଞ୍ଚଳରେ ମାସ୍କ ନ ପିନ୍ଧି ବଜାର ବୁଲିବା, ସୌଦା ଓ ବିଭିନ୍ନ ଜରୁରୀ କାମରେ ଘରୁ ବାହାରକୁ ଯାଉଥିବା ୧୯ଜଣ ଅମାନିଆଙ୍କ ଠାରୁ ରବିବାର ଓ ସୋମବାର ଦୁଇ ଦିନରେ ୩୮୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା ପୋଲିସ କହିଛି। ବାହାରକୁ ବାହାରିଲେ ବାଧ୍ୟତାମୂଳକ ମାସ୍କ ପିନ୍ଧିବାକୁ ସମସ୍ତଙ୍କୁ ନିବେଦନ କରାଯାଇଛି।