ମାସ୍କ ପିନ୍ଧି ନ ଥିବାରୁ ୮ ଜଣଙ୍କୁ ଜରିମାନା

ବନ୍ତ,୧୨।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବଜାରରେ ଶନିବାର ୮ ଜଣ ବ୍ୟକ୍ତିଙ୍କ ଠାରୁ ମାସ୍କ ବ୍ୟବହାର କରି ନ ଥିବା ଅଭିଯୋଗରେ ପୋଲିସ ୧୬ ଶହ ଟଙ୍କା ଜରିମାନା ଆଦାୟ କରିଛି । କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଘରୁ ବାହାରକୁ ବାହାରୁଥିବା ଲୋକେ ମାସ୍କ ବ୍ୟବହାର କରିବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି । ଅତ୍ୟାବଶ୍ୟକ କାର୍ଯ୍ୟରେ ବାହାରକୁ ଆସୁଥିବା ଲୋକେ ମାସ୍କ ବ୍ୟବହାର ନ କଲେ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯିବାର ନିୟମ ହୋଇଛି । ଏହି ନିୟମକୁ ପୋଲିସ ପ୍ରଶାସନ ପକ୍ଷରୁ କଡ଼ାକଡ଼ି କରାଯାଇଛି।